ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ସ୍ୱିଟି ପୁରୁଷବନ୍ଧୁଙ୍କ ସହ ହାୱଡ଼ାରୁ ଠାବ; ସିସିଟିଭିରୁ ମିଳିଲା ସୁରାକ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା ଉପରୁ ଉଠିଲା ପରଦା । ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଇଛି ଜିଆରିପି । ସୂଚନାଯୋଗ୍ୟ, ବୁଧବାର ଦିନ ସୁଇଟ୍‌ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଯୋଗେ କୋଲାକାତାରୁ ଭୁବନେଶ୍ଵର ଆସିଥିଲେ । ରାତି […]

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା ଉପରୁ ଉଠିଲା ପରଦା । ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଇଛି ଜିଆରିପି ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସୂଚନାଯୋଗ୍ୟ, ବୁଧବାର ଦିନ ସୁଇଟ୍‌ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଯୋଗେ କୋଲାକାତାରୁ ଭୁବନେଶ୍ଵର ଆସିଥିଲେ । ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ଵର ରେଳଷ୍ଟେସନ୍ରେ ଓହ୍ଲାଇଥିଲେ । ପ୍ଲାଟଫର୍ମ ୬ରେ ଥାଇ ସେ ମା’ଙ୍କୁ ଫୋନ୍‌ କରି ଭୁବନେଶ୍ଵରରେ ପହଞ୍ଚିବା ଜଣାଇଥିଲେ । ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେଣି କି ନାହିଁ ବୁଝିବା ପାଇଁ ମା’ ତାଙ୍କୁ ଫୋନ୍‌ କରିଥିଲେ । ହେଲେ ଫୋନ୍‌ ସୁଇଚ ଅଫ୍‌ ଥିଲା । ପରିବାର ଲୋକେ ଆଶଙ୍କା କରି ସ୍ୱିଟିଙ୍କ ବାପା ରାଜଧାନୀରେ ରହୁଥିବା ବନ୍ଧୁ ସୁରେଶ ପଣ୍ଡାକୁ ଘଟଣା ବିଷୟରେ କହିଥିଲେ । ସୁରେଶ ଭୁବନେଶ୍ଵର ରେଳବାଇ ଥାନାରେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

ଅଭିଯୋଗ ପରେ ପୋଲିସ ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା । ସିସିଟିଭି ଯାଞ୍ଚ ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ସେଠାରୁ ଚାଲି ଯାଇଥିଲେ। ଆଜି ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁ ସୁରାକ ପାଇଛି ଜିଆରପି ।ପରେ ପରେ ସେମାନଙ୍କୁ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ଏବେ ସେମାନେ ଚିତ୍ତପୁର ଟାଉନରେ ଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କ ଉପରେ ଅତ୍ୟାଚାର ଘଟଣାକୁ ତୀବ୍ର ନିନ୍ଦା କଲେ ନବୀନ; କହିଲେ, ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ବିଜେପି ସରକାରଙ୍କ ହୀନ ଉଦ୍ୟମ

25 Jun 2022 By The Sakala

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ସ୍ୱିଟି ପୁରୁଷବନ୍ଧୁଙ୍କ ସହ ହାୱଡ଼ାରୁ ଠାବ; ସିସିଟିଭିରୁ ମିଳିଲା ସୁରାକ

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା ଉପରୁ ଉଠିଲା ପରଦା । ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଇଛି ଜିଆରିପି ।

ସୂଚନାଯୋଗ୍ୟ, ବୁଧବାର ଦିନ ସୁଇଟ୍‌ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଯୋଗେ କୋଲାକାତାରୁ ଭୁବନେଶ୍ଵର ଆସିଥିଲେ । ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ଵର ରେଳଷ୍ଟେସନ୍ରେ ଓହ୍ଲାଇଥିଲେ । ପ୍ଲାଟଫର୍ମ ୬ରେ ଥାଇ ସେ ମା’ଙ୍କୁ ଫୋନ୍‌ କରି ଭୁବନେଶ୍ଵରରେ ପହଞ୍ଚିବା ଜଣାଇଥିଲେ । ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେଣି କି ନାହିଁ ବୁଝିବା ପାଇଁ ମା’ ତାଙ୍କୁ ଫୋନ୍‌ କରିଥିଲେ । ହେଲେ ଫୋନ୍‌ ସୁଇଚ ଅଫ୍‌ ଥିଲା । ପରିବାର ଲୋକେ ଆଶଙ୍କା କରି ସ୍ୱିଟିଙ୍କ ବାପା ରାଜଧାନୀରେ ରହୁଥିବା ବନ୍ଧୁ ସୁରେଶ ପଣ୍ଡାକୁ ଘଟଣା ବିଷୟରେ କହିଥିଲେ । ସୁରେଶ ଭୁବନେଶ୍ଵର ରେଳବାଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା । ସିସିଟିଭି ଯାଞ୍ଚ ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ସେଠାରୁ ଚାଲି ଯାଇଥିଲେ। ଆଜି ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁ ସୁରାକ ପାଇଛି ଜିଆରପି ।ପରେ ପରେ ସେମାନଙ୍କୁ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ଏବେ ସେମାନେ ଚିତ୍ତପୁର ଟାଉନରେ ଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର