ପାର୍ବଣ ପୂର୍ବରୁ ଆକ୍ସନ ମୁଡ୍‌‌ରେ କମିଶନରେଟ୍‌‌ ପୁଲିସ; ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁକୁ ଏନ୍‌‌କାଉଣ୍ଟର୍‌‌

The Sakala Picture
Published On

କଟକ: ପାର୍ବଣ ପୂର୍ବରୁ ଆକ୍ସନ ମୁଡ୍‌‌କୁ ଆସିଛି କମିଶନରେଟ୍‌‌ ପୁଲିସ। ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଏନକାଉଣ୍ଟର୍‌‌ କରାଯାଇଛି। କନ୍ଦରପୁର ଥାନା ମତ୍ତଗଜପୁର ଲେବଲ୍‌‌ କ୍ରସିଂ ନିକଟରେ ହୋଇଥିବା ଆଖିବୁଜା ଗୁଳି ମାଡ଼ ଓ ଲୁଟ୍‌‌ ଘଟଣାର ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଡକାୟତ ମନୋଜ ମହାରଣା ଓରଫ୍‌‌ ମଙ୍ଗୁ ଫେରାର୍‌‌ ହୋଇଥିଲା। ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳର ଏକ ଅନ୍ଧାରୁଆ ରାସ୍ତାରେ ମଙ୍ଗୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୁଲିସ ତାକୁ କାବୁ […]

କଟକ: ପାର୍ବଣ ପୂର୍ବରୁ ଆକ୍ସନ ମୁଡ୍‌‌କୁ ଆସିଛି କମିଶନରେଟ୍‌‌ ପୁଲିସ। ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଏନକାଉଣ୍ଟର୍‌‌ କରାଯାଇଛି। କନ୍ଦରପୁର ଥାନା ମତ୍ତଗଜପୁର ଲେବଲ୍‌‌ କ୍ରସିଂ ନିକଟରେ ହୋଇଥିବା ଆଖିବୁଜା ଗୁଳି ମାଡ଼ ଓ ଲୁଟ୍‌‌ ଘଟଣାର ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଡକାୟତ ମନୋଜ ମହାରଣା ଓରଫ୍‌‌ ମଙ୍ଗୁ ଫେରାର୍‌‌ ହୋଇଥିଲା। ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳର ଏକ ଅନ୍ଧାରୁଆ ରାସ୍ତାରେ ମଙ୍ଗୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୁଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ମଙ୍ଗକୁ ଏନ୍‌‌କାଉଣ୍ଟର୍‌‌ କରିଛି ପୁଲିସ। ତା’ ବାମପଟ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଏସ୍‌‌ସିବିରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ମିଳିଥିବା ସୂଚନା ଅନୁସାରେ, ଗତ ୬ ତାରିଖରେ ମତ୍ତଗଜପୁର ହାଟସାହିର ବିକାଶ ପାତ୍ର (୩୪) ଅର୍ଡର ନେଇ ସୁନା, ରୁପା ଅଳଙ୍କାର ତିଆରି କରି ବିକ୍ରି କରିବା ପାଇଁ ନୂଆବଜାର ଅଭିମୁଖେ ଆସୁଥିଲେ। ହଠାତ୍‌‌ ମତ୍ତଗଜପୁର ଲେବଲ କ୍ରସିଂ ନିକଟରେ ଦୁଇଟି ବାଇକରେ ୪ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ମାତ୍ର ବିକାଶ ନ ଅଟକି ନିଜ ଗାଡ଼ିର ବେଗ ବଢ଼଼ାଇଥିଲେ। ଏହାଦେଖି ବାଇକରେ ବସିଥିବା ଜଣେ ଦୁର୍ବୃତ୍ତ ବିକାଶଙ୍କ ଗାଡ଼ିକୁ ଗୋଇଠା ମାରିଦେବାରୁ ସେ ବାଇକ ସହ ଗଳିପଡ଼ିଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଘେରିଯାଇ ଡିକି ଭାଙ୍ଗିବାକୁ ଉଦ୍ୟମ କରୁଥିଲେ। ବିକାଶ ଦୌଡ଼ି ଆସି ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେଣୁ ବିକାଶ କିଛି ଦୂରକୁ ଦୌଡ଼ି ଯାଇ ଦୁର୍ବୃତ୍ତଙ୍କ ଉପରକୁ ଢେଲା ପଥର ଫିଙ୍ଗିଥିଲେ। ଏହାଦେଖି ୨ ଜଣ ଦୁର୍ବୃତ୍ତ ଦୁଇଟି ପିସ୍ତଲ କାଢ଼ି ବିକାଶଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ବିକାଶଙ୍କୁ ଲକ୍ଷ୍ୟ କରି ପ୍ରାୟ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ। ସୌଭାଗ୍ୟବଶତଃ ଗୁଳି ବିକାଶଙ୍କ ଦେହରେ ବାଜି ନ ଥିଲା। ଏଭଳି ସ୍ଥିତିରେ ବିକାଶ ଜୀବନ ବଞ୍ଚାଇବାକୁ ଯାଇ ନିକଟସ୍ଥ ଜଙ୍ଗଲିଆ ରାସ୍ତା ଦେଇ ଦୌଡ଼ି ପଳାଇଥିଲେ। ଏ ସମ୍ପର୍କରେ ସେ ତୁରନ୍ତ ପୁଲିସ ଓ ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ସମୟ ପରେ ବିକାଶ ଘଟଣାସ୍ଥଳକୁ ଆସି ଦୁର୍ବୃତ୍ତମାନେ ତାଙ୍କ ବାଇକ ଡିକି ଭାଙ୍ଗି ସୁନାରୁପା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌‌ ଲୁଟି ନେଇଥିବା ଦେଖିଥିଲେ। ଘଟଣାସ୍ଥଳରେ କନ୍ଦରପୁର ଓ ମଧୁପାଟଣା ଥାନା ପୁଲିସ ପହଞ୍ଚିଥିଲା। ସେଠାରୁ ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ଗୁଳିର ଖୋକା ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏ ନେଇ ବିକାଶଙ୍କ ଏତଲାକ୍ରମେ କନ୍ଦରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଦୁର୍ବୃତ୍ତମାନେ ଲୁଟି ନେଇଥିବା ବ୍ୟାଗରେ ୩୦ ଗ୍ରାମର ୩ଟି ସୁନା ଚେନ, ରୁପା ପାଉଁଜି, ମୁଦି ସହ ୨୫ ହଜାର ଟଙ୍କା ଥିଲା ବୋଲି ସେ ଏତଲାରେ ଦର୍ଶାଇଥିଲେ। ଲୁଟ୍‌‌ପାଟରେ ୪ ନୁହେଁ; ୮ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିଲା। ପୁଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ସହ କିଛି ପୁରୁଖା ଅପରାଧୀଙ୍କ ତାଲିକା ବିଭିନ୍ନ ଥାନାରୁ ଆଣି ଯାଞ୍ଚ କରୁଥିଲା। ତଦନ୍ତକ୍ରମେ ପୁଲିସ ମଙ୍ଗୁର ସମ୍ପୃକ୍ତି ଜାଣିବା ସହ ଏହି ଘଟଣାରେ ସେ ମୁଖ୍ୟ କାର୍ପେଟଦାର ବୋଲି ସ୍ପଷ୍ଟ ସୂଚନା ପାଇଥିଲା। ୩ଦିନ ହେବ ପୁଲିସ ମଙ୍ଗୁର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଶୁକ୍ରବାର ତାକୁ ଏନ୍‌‌କାଉଣ୍ଟର କରିଥିଲା। ଏହି ଲୁଟ୍‌‌ ଓ ଡକାୟତି ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର