ମହିଳାଙ୍କୁ ଶକ୍ତି ଯୋଗାଉଛି ମିଶନ ଶକ୍ତି: ଚାନ୍ଦୁଆ ତିଆରି କରି ଓଡ଼ିଶା ବାହାରେ ପ୍ରଶଂସା ସାଉଁଟୁଛନ୍ତି ବାଲେଶ୍ବରର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

The Sakala Picture
Published On

ବାଲେଶ୍ଵର: ୨୦୨୦ ମସିହା ଅଗଷ୍ଟ ୩୦ ତାରିଖରେ ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଆରମ୍ଭ ହେଲା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶ୍ରୀରାମପୁର ପଞ୍ଚାୟତର ଶ୍ରୀରାମେଶ୍ବର ଉତ୍ପାଦିକା ଗୋଷ୍ଠୀ। ପ୍ରଥମେ କରୋନା ପାଇଁ କୌଣସି ହାତ ତିଆରି ସାମଗ୍ରୀ ବିକ୍ରି ନହେବା ସହିତ କାରବାର ମଧ୍ୟ ବେଶ ଭଲ ନଥିଲା। ମାତ୍ର ଧୀରେ ଧୀରେ ବର୍ତ୍ତମାନ ବାଲେଶ୍ଵରର ଏହି ଶ୍ରୀରାମେଶ୍ବର ଉତ୍ପାଦିକା ଗୋଷ୍ଠୀ ଖାଲି ବାଲେଶ୍ଵର ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ପହଞ୍ଚିସାରିଲାଣି। […]

ବାଲେଶ୍ଵର: ୨୦୨୦ ମସିହା ଅଗଷ୍ଟ ୩୦ ତାରିଖରେ ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଆରମ୍ଭ ହେଲା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶ୍ରୀରାମପୁର ପଞ୍ଚାୟତର ଶ୍ରୀରାମେଶ୍ବର ଉତ୍ପାଦିକା ଗୋଷ୍ଠୀ। ପ୍ରଥମେ କରୋନା ପାଇଁ କୌଣସି ହାତ ତିଆରି ସାମଗ୍ରୀ ବିକ୍ରି ନହେବା ସହିତ କାରବାର ମଧ୍ୟ ବେଶ ଭଲ ନଥିଲା। ମାତ୍ର ଧୀରେ ଧୀରେ ବର୍ତ୍ତମାନ ବାଲେଶ୍ଵରର ଏହି ଶ୍ରୀରାମେଶ୍ବର ଉତ୍ପାଦିକା ଗୋଷ୍ଠୀ ଖାଲି ବାଲେଶ୍ଵର ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ପହଞ୍ଚିସାରିଲାଣି। ଗୋଷ୍ଠୀରେ ଥିବା ୩୫ ଜଣ ମହିଳାଙ୍କ ସ୍ବତନ୍ତ୍ର ହାତ ତିଆରି ଚାନ୍ଦୁଆ ଏବେ ବେଶ ଚର୍ଚ୍ଚାରେ ରହିଛି। ଖାଲି ବାଲେଶ୍ଵର ନୁହେଁ ବରଂ ଦିଲ୍ଲୀ, ଅହମଦାବାଦ, ବେଙ୍ଗାଲୁରୁ, କଲିକତା ଆଦି ସ୍ଥାନରେ ମଧ୍ୟ ବାଲେଶ୍ଵର ମହିଳାଙ୍କ ହାତ ତିଆରି ଚାନ୍ଦୁଆର ଅଧିକ ଚାହିଦା ରହିଛି। ପ୍ରତି ମାସରେ ମହିଳାମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ଏହି ବର୍ଷକ ମଧ୍ୟରେ ଉତ୍ପାଦିକା ଗୋଷ୍ଠୀ ପ୍ରାୟ ୨୦ ଲକ୍ଷ ଟଙ୍କାର କାରବାର କରିବାରେ ସକ୍ଷମ ହୋଇଛନ୍ତି। ମିଶନ ଶକ୍ତି ଓ ଓରମାସ୍ ମାଧ୍ୟମରେ ମହିଳାମାନେ ଅଳ୍ପ ପ୍ରଶିକ୍ଷଣରେ ବି ବାଲେଶ୍ଵର ତଥା ଓଡ଼ିଶା ବାହାରେ ପ୍ରଶଂସା ସାଉଁଟୁଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସୂଚନାଯୋଗ୍ୟ, ମିଶନ ଶକ୍ତି ଓ ଓରମାସ୍ ମାଧ୍ୟମରେ ଏବେ ପ୍ରତି ପଞ୍ଚାୟତରେ ମହିଳାମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି। ସେହି ପରିପ୍ରେକ୍ଷୀରେ ଶ୍ରୀରାମେଶ୍ବର ଉତ୍ପାଦିକା ଗୋଷ୍ଠୀକୁ ମିଶନ ଶକ୍ତି ୨ ଲକ୍ଷ ୪ ହଜାର ଟଙ୍କା ପ୍ରଦାନ କରିଥିଲା। ୨୦୨୦ ରେ ୩୫ ଜଣ ମହିଳାଙ୍କୁ ନେଇ ଗଠିତ ହେଲା ଶ୍ରୀରମେଶ୍ୱର ଉତ୍ପାଦିକା ଗୋଷ୍ଠୀ। ଏହି ଗୋଷୀ ଚାନ୍ଦୁଆର ବିଭିନ୍ନ ସାମଗ୍ରୀ ଯଥା ଓ୍ବାଲ୍ ହେଙ୍ଗିଙ୍ଗ୍, ବନ୍ଧନ ବାଡ, ଲେଟର୍ ବକ୍ସ୍, ସପିଙ୍ଗ୍ ବ୍ୟାଗ୍, ଭେନିଟି, ଝୁମର୍ ଲେମ୍ପ୍ ସେଟ୍, ଫଲଡର୍ ଆଦି ହାତ ତିଆରି ଚାନ୍ଦୁଆ ଜିଲ୍ଲା ତଥା ଓଡ଼ିଶା ବାହାରକୁ ବିକ୍ରି ହେଉଛି। ମେସିନ୍ ତିଆରି ଚାନ୍ଦୁଆ ଲୋକାଲ୍ ବଜାରରେ ଅଧିକ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏହାବାଦେ ହାତ ବୁଣା କଟନ୍ ବେଡସିଟ୍, ତକିଆ କଭର୍, ସ୍କଟ୍ ଆଦି ତିଆରି କରୁଛନ୍ତି। ଆଗକୁ ଡ୍ରେସ୍ ଏବଂ ଶାଢୀରେ ହାତ ବୁଣା କାମ କରିବେ ମହିଳାମାନେ। ତେବେ ଚାନ୍ଦୁଆ କାମ ପାଇଁ ଉତ୍ପାଦିକା ଗୋଷ୍ଠୀ ପିପିଲିରୁ ସମସ୍ତ ସାମଗ୍ରୀ ଆଣିଥାନ୍ତି। ତାପରେ ଏଠାରେ ବିଭିନ୍ନ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା। ଯାହାର ମୂଲ୍ୟ ୩ ଶହ ଟଙ୍କାଠୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ଯନ୍ତ ରହିଛି। ତେବେ ବର୍ଷକ ମଧ୍ୟରେ ୨୦ ଲକ୍ଷ ଟଙ୍କାର ସାମଗ୍ରୀ କିଣାବିକା ହୋଇଥିବା ଗୋଷ୍ଠୀ ପକ୍ଷି ସୂଚନା ମିଳିଛି। ଏହାଦ୍ବାରା ପ୍ରତି ମହିଳା ବାର୍ଷିକ ୩/୪ ଲକ୍ଷ ଟଙ୍କା କାମ ଅନୁଯାୟୀ ରୋଜଗାର କରିପାରିଛନ୍ତି। ମାତ୍ର ବର୍ଷକ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। ସେମାନେ ବର୍ତ୍ତମାନ ବାର୍ଷିକ ୨୦ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ସେମାନେ ବେଡସିଟ୍, ତକିଆ କଭର, ଆପ୍ଲିକ୍, ୱାଲ୍ ହ୍ୟାଙ୍ଗିଙ୍ଗ୍ ଇତ୍ୟାଦି ରାଜ୍ୟ ତଥା ବାହାରେ ମଧ୍ୟ ଯୋଗାଉଛନ୍ତି। ବିଶେଷକରି ଚାନ୍ଦୁଆ ସାମଗ୍ରୀ ଅଧିକ ଅର୍ଡର ଆସୁଛି। ଏହାବାଦେ ପିପିଲି, ଭୁବନେଶ୍ୱର, ଚନ୍ଦ୍ରନେଶ୍ବର, ବିଭିନ୍ନ ବାହାଘର, କାର୍ୟ୍ୟକ୍ରମ ଆଦିକୁ ମଧ୍ୟ ମହିଳାଙ୍କ ହାତ ଏବଂ ମେସିନ୍ ତିଆରି ଚାନ୍ଦୁଆ ବିକ୍ରି ହେଉଛି। ଏନେଇ ୨୦୧୮ ମସିହାରେ ଡିଆଇସି ହସ୍ତଶିଳ୍ପ ମାଧ୍ୟମରେ ୧୫ ଜଣ ତାଲିମ ନେଇଥିଲେ। ସେଇଠୁ ଧିରେ ଧିରେ ଆରମ୍ଭ ହୋଇଗଲା କାମ। ବର୍ତ୍ତମାନ ଉକ୍ତ ପଞ୍ଚାୟତର ଆହୁରି ଏହି ଗୋଷ୍ଠୀ ସହ ଯୋଡି ହେବାକୁ ଚାହୁଁଛନ୍ତି। ଗୋଷ୍ଠୀରେ ଉମାରାଣୀ ଦତ୍ତ ସମ୍ପାଦକ ରହିଥିବା ବେଳେ ଉଦ୍ୟୋଗୀ ମିତ୍ର ରହିଛନ୍ତି ଲକ୍ଷ୍ମୀପ୍ରିୟା ଜେନା। ସେହିପରି କାରିଗରୀ ଗୀତାରାଣୀ ମହାନ୍ତି ରହିଥିବା ବେଳେ ବୀଣାପାଣି ପ୍ରଧାନ ଓ ଚନ୍ଦ୍ରକାନ୍ତି ଜେନା ଟ୍ରେନର୍ ରହିଛନ୍ତି। ମେସିନ୍ ଚାନ୍ଦୁଆ ଦିନକୁ ୪/୫ ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ହାତ ତିଆରି ଗୋଟିଏ ଚାନ୍ଦୁଆ ପ୍ରସ୍ତୁତ ପାଇଁ ୩ ଦିନ ସମୟ ଲାଗିଥାଏ। ଜଗନ୍ନାଥ ଚାନ୍ଦୁଆ ବାହାରେ ଅଧିକ ବିକ୍ରି ହୋଇଥାଏ। ଏହାର ମୂଲ୍ୟ ୫ ଶହ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ଯନ୍ତ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

‘ଆମର ବର୍ଷକ ମଧ୍ୟରେ ୨୦ ଲକ୍ଷ ଟଙ୍କାର କାରବାର ହୋଇଛି। ବାଲେଶ୍ଵର ଅପେକ୍ଷା ଓଡ଼ିଶା ବାହାରକୁ ଆମ ଚାନ୍ଦୁଆ ଅଧିକ ବିକ୍ରି ହେଉଛି। ମାତ୍ର ଆମେ ଏକାଠି କାମ କରିବା ଏବଂ ୩୦ଟି ସିଲେଇ ମେସିନ୍ ପକେଇବା ପାଇଁ ଏକ ସ୍ବତନ୍ତ୍ର ଗୃହ ନାହିଁ। ଫଳରେ ଆମେ ବାରଦୁଆର ହେଉଛୁ। ଭିନ୍ନ ଭିନ୍ନ ଜାଗାରେ ମେସିନ୍ ଆଉ ସାମଗ୍ରୀ ରଖୁଛୁ। ଏହି ସମସ୍ୟା ନେଇ ମୁଁ ଜିଲ୍ଲାପାଳ, ତହସିଲଦାର ଏବଂ ଜିଲ୍ଲା ପରିଷଦ ସଭାପତିଙ୍କୁ ଲିଖିତ ଭାବେ ଜଣାଇଛି। ୩୦ ଟି ମେସିନ୍ ପକାଇ କାମ କରିବାରେ ଅନେକ ସମସ୍ୟା ହେଉଛି। ନିଜ ପ୍ରଚେଷ୍ଟାରେ ଆମେ ଆମ ହାତ ତିଆରି ଚାନ୍ଦୁଆ ଦିଲ୍ଲୀ, ଅହମଦାବାଦ ଆଦି ବାହାରକୁ ଆମ ସାମଗ୍ରୀ ପଠାଉଛି। ତେଣୁ ଆମକୁ ଏକ ଗୃହ ଦେଲେ ଏବଂ ଅଧିକାରୁ ଅଧିକ ପ୍ରଦର୍ଶନୀରେ ବିକ୍ରି ସୁଯୋଗ ମିଳିଲେ ଆମେ ଆହୁରି ଭଲ କାମ କରିବୁ ବୋଲି ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର