ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

The Sakala Picture
Published On

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ରବିବାର ସକାଳେ ଭୁବନେଶ୍ୱରରେ ଏହି ବିଶିଷ୍ଟ ସାହିତ୍ୟିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା। । ସେ ଭାରତୀୟ ରେଳ ସେବାରୁ ଅବସର ନେଇଥିଲେ । ଦୈନିକ ଖବରକାଗଜ ‘ସମୟ’ର ମଧ୍ୟ ସେ ସଂପାଦକ ଥିଲେ । ୧୯୨୯ ମସିହାରେ ମୟୂରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସାତକଡ଼ି […]

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ରବିବାର ସକାଳେ ଭୁବନେଶ୍ୱରରେ ଏହି ବିଶିଷ୍ଟ ସାହିତ୍ୟିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା। । ସେ ଭାରତୀୟ ରେଳ ସେବାରୁ ଅବସର ନେଇଥିଲେ । ଦୈନିକ ଖବରକାଗଜ ‘ସମୟ’ର ମଧ୍ୟ ସେ ସଂପାଦକ ଥିଲେ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

୧୯୨୯ ମସିହାରେ ମୟୂରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସାତକଡ଼ି ହୋତା ଜନ୍ମଗ୍ରହଣ କରିଥିଲେ। ଶତାଧିକ ପୁସ୍ତକର ସେ ରଚୟିତା ଥିଲେ। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା। କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ। ବ୍ୟାକୁଳ ହୃଦୟ, ସ୍ୱପ୍ନ ଶିଉଳି, ଏତେ ସ୍ୱପ୍ନ ଏତେ ଆଲୋକ, ଅନେକ କାଳଜୟୀ ପୁସ୍ତକର ସେ ରଚୟିତା ଥିଲେ। ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନ ସେ ପାଇଥିଲେ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର