ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ

The Sakala Picture
Published On

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଯୁବକଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।  ଯୁବକ ଜଣକ ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗାଁର ବାବୁ ସାହୁ । ବାବୁ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ । ତାଙ୍କର ୭ ମାସର ଦରମା ସହ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିବା ଯୋଗୁଁ ମାନସିକ ଚାପରେ […]

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଯୁବକଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।  ଯୁବକ ଜଣକ ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗାଁର ବାବୁ ସାହୁ । ବାବୁ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ । ତାଙ୍କର ୭ ମାସର ଦରମା ସହ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିବା ଯୋଗୁଁ ମାନସିକ ଚାପରେ ରହି ଆସୁଥିଲେ । ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବା ପ୍ରକାଶ କରିଛନ୍ତି ବାବୁ । ମହାବିରୋଡ଼ର ତତ୍କାଳୀନ ରେଞ୍ଜର ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ସୂଚନା । ଦୀର୍ଘ ୧୦ ବର୍ଷ ଧରି ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ ବାବୁ ।

ଆହୁରି ପଢ଼ନ୍ତୁ: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଏପରି କରିଥିବା କହିଛନ୍ତି। ଜିଲ୍ଲାପାଳଙ୍କ ଜନ ଶୁଣାଣି ଚାଲିଥିବା ସମୟରେ ଯୁବକ ଜଣଙ୍କ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇଥିଲେ ।

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ବିଜେଡି; ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଉ

18 Jul 2022 By The Sakala

ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଯୁବକଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।  ଯୁବକ ଜଣକ ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗାଁର ବାବୁ ସାହୁ । ବାବୁ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ । ତାଙ୍କର ୭ ମାସର ଦରମା ସହ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିବା ଯୋଗୁଁ ମାନସିକ ଚାପରେ ରହି ଆସୁଥିଲେ । ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବା ପ୍ରକାଶ କରିଛନ୍ତି ବାବୁ । ମହାବିରୋଡ଼ର ତତ୍କାଳୀନ ରେଞ୍ଜର ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ସୂଚନା । ଦୀର୍ଘ ୧୦ ବର୍ଷ ଧରି ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ ବାବୁ ।

ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଏପରି କରିଥିବା କହିଛନ୍ତି। ଜିଲ୍ଲାପାଳଙ୍କ ଜନ ଶୁଣାଣି ଚାଲିଥିବା ସମୟରେ ଯୁବକ ଜଣଙ୍କ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର