ନଭେମ୍ବର ୧୪-୧୫ରେ ହାତୀ ଗଣନା, ଡିସେମ୍ବର ୨୫ରୁ ଚିଲିକା ନଳବଣରେ ହେବ ପକ୍ଷୀ ଗଣନା: ପିସିସିଏଫ୍

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା। ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ। ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ଯେ, ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ […]

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା। ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ। ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ଯେ, ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ ହାତୀ ଅଛନ୍ତି । ସେଇଥିପାଇଁ ଖାଦ୍ୟ ଅନ୍ୱେଷଣ ରେ ଜନବସତିମୁହାଁ ହେଉଛନ୍ତି ହାତୀ । ହାତୀ- ମଣିଷ ଲଢ଼େଇ ବଢ଼ୁଛି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ଛୁଆ ହାତୀ, ରୋଗିଣା ହାତୀ ଅଧିକ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି । ଏହାବାଦ ବିଦ୍ୟୁତ୍ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି। ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବ ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଏବେ ରାଜ୍ୟକୁ ଆସୁଛନ୍ତି ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ ।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନରସିଂହପୁରରେ ତୀର ମାଡ଼ରେ ଆହତ ହାତୀ ଏବେ ସୁସ୍ଥ ଅଛି । ହାତୀ ଶରୀରରେ ୪ଟି ତୀର ଲାଗିଥିଲା । ଶିକାର ଉଦ୍ଦେଶ୍ୟରେ ନୁହେଁ, ଫସଲ ବଞ୍ଚାଇବାକୁ ତୀର ମାରି ହାତୀ ଘଉଡ଼ାଇଥିଲେ ସ୍ଥାନୀୟ ଲୋକେ ।  ସେହିପରି ଚିଲିକା ନଳବଣକୁ ଆସିଲେଣି ବିଦେଶୀ ପକ୍ଷୀ । ଡିସେମ୍ବର ୨୫ରୁ ଚିଲିକା ନଳବଣରେ ହେବ ପକ୍ଷୀ ଗଣନା କରାଯିବି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର