ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ, ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ଜମି ପଟ୍ଟା
ଭୁବନେଶ୍ୱର: ଜମି କିଣାବିକାରେ ଆଉ ହୋଇପାରିବ ନାହିଁ ଠକେଇ । ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ଜମି ପଟ୍ଟା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା । କ୍ୟୁଆର୍ କୋଡ୍ ସ୍କାନ୍ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏହା ଦ୍ଵାରା ଠକମାନେ ଆଉ ଲୋକଙ୍କୁ ଭୁତାଇ ଜମି କିଣାବିକା କରିପାରିବେନି। ଠକାମୀ ଉପାୟରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।





