ଆଉ କିଛି ସମୟ ପରେ ଭୋଟ୍ ଗଣତି, କାହା ସପକ୍ଷରେ ଯିବ ଜନାଦେଶ; ରାଜ୍ୟରେ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି

The Sakala Picture
Published On

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ହେବ ଅବସାନ । କିଏ ଗଢ଼ିବ ସରକାର ? ସବୁ ପ୍ରଶ୍ନର ଆଜି ମିଳିବ ଉତ୍ତର । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ, ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । […]

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ହେବ ଅବସାନ । କିଏ ଗଢ଼ିବ ସରକାର ? ସବୁ ପ୍ରଶ୍ନର ଆଜି ମିଳିବ ଉତ୍ତର । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ, ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏଥର ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ। ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍ ପହିଲାରେ ହୋଇଥିଲା ଭୋଟ୍ ଗ୍ରହଣ। ରାଜ୍ୟରେ ସାମଗ୍ରିକ ମତଦାନ ହାର ୭୪ ଦଶମିକ ୪୪ ପ୍ରତିଶତ ରହିଛି, ଯାହା କି ୨୦୧୯ ନିର୍ବାଚନ ତୁଳନାରେ ଅଧିକ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର