ଆଜି ବାଜିବ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ଦୁନ୍ଦୁଭି, ଅପରାହ୍ଣ ୩ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

The Sakala Picture
Published On

ନୂଆଦିଲ୍ଲୀ: ଆଜି ବାଜିବ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ଦୁନ୍ଦୁଭି। ଅପରାହ୍ନ ୩ଟା ସମୟରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଓଡ଼ିଶା, ସିିକିମ୍‌, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ। ପ୍ରଥମ ଥର ପାଇଁ ଦେଶର ୨ କୋଟି ନୂଆ ଭୋଟରଙ୍କ ସହ ୯୭.୮୮ କୋଟି ଭୋଟର ୨୦୨୪ରେ ଦିଲ୍ଲୀ ସିଂହାସନ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଜି ନିର୍ବାଚନ କମିଶନଙ୍କ ଘୋଷଣା ସହ ସାରା ଦେଶରେ […]

ନୂଆଦିଲ୍ଲୀ: ଆଜି ବାଜିବ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ଦୁନ୍ଦୁଭି। ଅପରାହ୍ନ ୩ଟା ସମୟରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଓଡ଼ିଶା, ସିିକିମ୍‌, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ। ପ୍ରଥମ ଥର ପାଇଁ ଦେଶର ୨ କୋଟି ନୂଆ ଭୋଟରଙ୍କ ସହ ୯୭.୮୮ କୋଟି ଭୋଟର ୨୦୨୪ରେ ଦିଲ୍ଲୀ ସିଂହାସନ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିବେ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଆଜି ନିର୍ବାଚନ କମିଶନଙ୍କ ଘୋଷଣା ସହ ସାରା ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। କୁହାଯାଉଛି ଯେ ୫୪୩ ଲୋକସଭା ଆସନ ପାଇଁ ସାରା ଦେଶରେ ୭ରୁ ୮ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଗତ ୮ ଫେବ୍ରୁଆରୀରେ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ପ୍ରଦେଶର ଭୋଟରଙ୍କ ସୂଚୀ ଜାରି କରି ସାରିଛନ୍ତି । ୧୮ରୁ ୨୯ ବର୍ଷ ବୟସ ବର୍ଗର ପ୍ରାୟ ୨ କୋଟି ନୂଆ ଭୋଟର ଏହି ସୂଚୀରେ ସାମିଲ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଅଧିକ ୬% ଭୋଟର ଅର୍ଥାତ ୯୭.୮୮ କୋଟି ମତଦାତା ଆଗାମୀ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଯାହା ସାରା ବିଶ୍ୱରେ ସର୍ବାଧିକ। ସେହିପରି ଆଗାମୀ ନିର୍ବାଚନରେ ପୁରୁଷ-ମହିଳା ଭୋଟର ଅନୁପାତ ୨୦୧୯ରେ ୧୦୦୦: ୯୪୦ରୁ ବୃଦ୍ଧି ପାଇ ୧୦୦୦: ୯୪୮ରେ ପହଞ୍ଚିଥିବା ନିର୍ବାଚନ କମିଶନ ସୂଚନା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଦେଶରେ ସାଧାରଣ ନିର୍ବାଚନ ସହ ସିକିମ୍‌ର ୩୨, ଅରୁଣାଚଳ ପ୍ରଦେଶର ୬୦, ଓଡ଼ିଶାର ୧୪୭ ଓ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ନିମନ୍ତେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ବଡ଼ ରାଜ୍ୟ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି କେତେକ ରାଜ୍ୟରେ ୭ରୁ ୮ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ମାତ୍ର ବିଧାନସଭା ନିର୍ବାଚନ ହେଉଥିବା ୪ ରାଜ୍ୟ ଓଡ଼ିଶା, ସିକିମ୍‌, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ୩ରୁ ୫ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଆଗାମୀ ନିର୍ବାଚନରେ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତାଙ୍କୁ ଘରୁ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଗତ ୧ ତାରିଖରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନାପ ୍ରକାଶ ପାଇଛି । ଏବେ କେବଳ ଏହି ବୟସ ବର୍ଗର ଲୋକଙ୍କୁ ପୋଷ୍ଟାଲ ଭୋଟ ଦେବାର ସୁବିଧା ପ୍ରଦାନ କରାଯାଇଛି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ନିର୍ବାଚନରେ ମୋଟ ୯୬.୮ କୋଟି ମତଦାତାଙ୍କ ମଧ୍ୟରୁ ୪୯.୭ କୋଟି ପୁୁରୁଷ, ୪୭.୧ କୋଟି ମହିଳା ଅଛନ୍ତି । ସେହିପରି ଗତ ନିର୍ବାଚନ ତୁଳନାରେ ତୃତୀୟ ଲିଙ୍ଗୀ ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮୦୪୪ରେ ପହଞ୍ଚିଥିବା କୁହାଯାଉଛି । ୨୦୧୯ ନିର୍ବାଚନରେ ନବାଗତ ଭୋଟରଙ୍କ ସଂଖ୍ୟା ୧.୫ କୋଟି ଥିବାବେଳେ ୨୦୨୪ରେ ଏହା ୧.୮୫ କୋଟି ଅତିକ୍ରମ କରିଛି । ଅନ୍ୟପକ୍ଷରେ ଦେଶରେ ଭିନ୍ନକ୍ଷମ ମତଦାତାଙ୍କ ସଂଖ୍ୟା ୮୮.୩୫ ଲକ୍ଷ ବୋଲି ନିର୍ବାଚନ କମିଶନଙ୍କ ୨୦୨୪ ସମରି ରିଭିଜନ ରିପୋର୍ଟରେ ଉଲ୍ଲେଖ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର