୫ଟି ସଚିବଙ୍କ ରାୟଗଡା ଗସ୍ତ: ୫ଟି ଉପକ୍ରମରେ ବଦଳିବ ଶିକ୍ଷା ଭିତ୍ତିଭୂମି, ଆମ ହସ୍ପିଟାଲ ଯୋଜନାରେ ବିକଶିତ ହେବ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ

The Sakala Picture
Published On

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଇଛନ୍ତି । ୫ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ରାୟଗଡାସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ। ସେଠାରେ ସେ ଜିଲ୍ଲାର ବିଭିନ୍ନ କଲେଜ ଓ ଉଚ୍ଚ […]

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

୫ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ରାୟଗଡାସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ। ସେଠାରେ ସେ ଜିଲ୍ଲାର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରେଣୀଗୃହ ଶିକ୍ଷାର ଗୁରୁତ୍ୱ, ଶିକ୍ଷାର ଗୁଣାତ୍ମକମାନ ଆଦି ବିଭିନ୍ନ ବିଷୟରେ ପିଲାମାନଙ୍କ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଥିଲେ। କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ମତ ଦେଇ ପିଲାମାନଙ୍କୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ଜରିଆରେ ନିଜର ଉନ୍ନତିକରି ନିଜ ପରିବାର ଓ ଦେଶ ପାଇଁ ସୁନାମ ଆଣିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲାର ସବୁ ସ୍କୁଲ ଓ କଲେଜର ଭିତ୍ତିଭୂମି ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସ୍କୁଲ କଲେଜଗୁଡିକର ଭିତ୍ତିଭୂମିର ଉନ୍ନତିପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ୫-ଟି ସଚିବ କହିଥିଲେ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ସେ ରୋଗୀ, ଡାକ୍ତର ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୯ରୁ ଆଜି ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ହସ୍ପିଟାଲ କାୟାକଳ୍ପ ପୁରସ୍କାର ପାଇ ଆସୁଥିବାରୁ ତଥା ଶିଶୁରୋଗରେ ଉଭୟ ଅନ୍ତଃବିଭାଗ ଓ ବର୍ହିଃବିଭାଗ ଚିକିତ୍ସାରେ ମୁସ୍କାନ ପ୍ରମାଣପତ୍ର ପାଇଥିବାରୁ ସେ ଜିଲ୍ଲାର ମେଡିକାଲ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ । ହସ୍ପିଟାଲରେ ନିୟୋଜିତ ଥିବା ମା’ ମଙ୍ଗଳା ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ କାମର ସମୀକ୍ଷା କରିଥିଲେ । ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକ ମାନର ଉଚ୍ଚ ପ୍ରଶଂସା କରିଥିଲେ । ରୋଗୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ, ପରିସ୍କାର ପରିଛନ୍ନତା, ସ୍ୱଚ୍ଛ ପାନୀୟ ଜଳ ତଥା ଅନ୍ୟାନ୍ୟ ସେବାର ଗୁଣାତ୍ମକ ମାନ ଯେପରି ସବୁ ବେଳେ ଉଚ୍ଚ ସ୍ତରରେ ରହିବ ସେଥିପାଇଁ ସେ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ରାୟଗଡାରେ ନିର୍ମାଣାଧିନ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରି ଏହାର କାମକୁ ତ୍ୱରାନ୍ୱିତ କରିବା ସହିତ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ କ୍ରୀଡାବିତମାନଙ୍କ ସହିତ ଆଲୋଚନା କରିଥିଲେ । ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିବାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର କ୍ରୀଡାବିତମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

ପରିଶେଷରେ ସେ ମା ମଝିଆଘରଣୀ ମନ୍ଦିର ପରିଦର୍ଶନକରି ସେଠାରେ ସେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର