ମନୋରଞ୍ଜନ
ଓଡ଼ିଶା
ଅଗଷ୍ଟ ୧୫ରୁ ଏସ୍ସିବିରେ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା
ଭୁବନେଶ୍ୱର: ଅଗଷ୍ଟ ୧୫ରୁ କଟକ ଏସ୍ସିବିରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ECMO ଚିକିତ୍ସା । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । “ଏସସିବିରେ ୯ଟି ECMO ମେସିନ୍ ସ୍ଥାପିତ ହୋଇଥିବାବେଳେ ଏହି ମେସିନ୍ ଚଳାଇବା ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ନିଯୁକ୍ତ କର୍ମଚାରୀଙ୍କୁ କୋଲକାତାର ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ଦେଇଥିଲେ ବୋଲି ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି। ECMO ଚିକିତ୍ସା ପାଇଁ ଏସ୍ସିବିରେ ଦୁଇଟି ୟୁନିଟ୍ ସ୍ଥାପନ କରାଯାଇଥିବା ସେ […]
ଭୁବନେଶ୍ୱର: ଅଗଷ୍ଟ ୧୫ରୁ କଟକ ଏସ୍ସିବିରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ECMO ଚିକିତ୍ସା । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । “ଏସସିବିରେ ୯ଟି ECMO ମେସିନ୍ ସ୍ଥାପିତ ହୋଇଥିବାବେଳେ ଏହି ମେସିନ୍ ଚଳାଇବା ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ନିଯୁକ୍ତ କର୍ମଚାରୀଙ୍କୁ କୋଲକାତାର ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ଦେଇଥିଲେ ବୋଲି ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି।
ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ
ECMO ଚିକିତ୍ସା ପାଇଁ ଏସ୍ସିବିରେ ଦୁଇଟି ୟୁନିଟ୍ ସ୍ଥାପନ କରାଯାଇଥିବା ସେ କହିଛନ୍ତି। ପ୍ରଥମ ୟୁନିଟ୍ରେ ୬ଟି ଓ ଦ୍ୱିତୀୟ ୟୁନିଟ୍ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍ର ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଯୋଗାଇବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।






