ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦: ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଭୁବନେଶ୍ୱର ୨ୟ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ଶିମଳା ରହିଥିବା ବେଳେ  ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । ଏ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ […]

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ଶିମଳା ରହିଥିବା ବେଳେ  ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । ଏ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏହି ଦୁଇଟି ବର୍ଗରେ ୧୩ ତମ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ଏହି ସର୍ଭେରେ ଦେଶର ୧୧୧ ଟି ସହର ଭାଗ ନେଇଥିଲେ । ସହରଗୁଡିକୁ ଦୁଇଟି ବର୍ଗରେ ଭାଗ କରାଯାଇଥିଲା । ପ୍ରଥମ କାଟେଗୋରୀରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ଥିଲା । ତନ୍ମଧ୍ୟରେ ଗୁଣବତ୍ତା ସ୍ତର ଏବଂ ବିକାଶମୂଳକ କାର୍ଯ୍ଯ ଯାହା ଲୋକଙ୍କ ଜୀବନଧାରଣ ଉପରେ ପ୍ରଭାବ ପକାଉଛି ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

୨୦୧୮ ରେ ପ୍ରଥମ ଥର ପାଇଁ ସହରଗୁଡିକୁ ରାଙ୍କିଂ ଦିଆଯାଇଥିଲା ବେଳେ ଦ୍ୱିତୀୟ ଥର ୨୦୨୦ରେ ସହରଗୁଡିକର ରାଙ୍କିଂ କରାଯାଇଛି । ଏହି ବର୍ଗରେ ମୁଖ୍ୟତ ତିନୋଟି ପିଲର ରଖାଯାଇଥିଲା । ଜୀବନ ଧାରଣର ଗୁଣବତ୍ତା ପାଇଁ ପ୍ରଥମ ପିଲରରେ ୩୫% ମାର୍କ ରଖାଯାଇଥିଲା  ୨ୟ ପାଇଁ ଆର୍ଥିକ ଯୋଗ୍ୟତାରେ ୧୫ ପ୍ରତିଶତ ମାର୍କ ଏବଂ ବିକାଶ ପାଇଁ ୨୦ ପ୍ରତିଶତ ମାର୍କ ରହିଥିଲା । ଅବଶିଷ୍ଟ ୩୦ ପ୍ରତିଶତ ଲୋକଙ୍କ ଗହଣରେ ସର୍ଭେ ପାଇଁ ରଖାଯାଇଥିଲା ବେଳେ ୪୯ଟି ସୂଚକାଙ୍କୁ ଆଧାର କରି ରାଙ୍କିଂ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ଏହି ମୂଲ୍ୟାଙ୍କନ  ଜୀବନଶୈଳୀ ଏବଂ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବକୁ  ଦେଖି କରାଯାଇଥାଏ। 

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ବେଙ୍ଗାଲୁରୁ – ୬୬.୭୦
୨. ପୁଣେ – ୬୬.୨୭
୩. ଅହମ୍ମଦାବାଦ – ୬୪.୮୭
୪. ଚେନ୍ନାଇ – ୬୨.୬୧
୫. ସୁରଟ- ୬୧.୭୩
୬. ନବି ମୁମ୍ବାଇ – ୬୧.୬୦
୭. କୋଏମ୍ବାଟୁର – ୫୯.୭୨
୮. ବଡୋଦରା -୫୯.୨୪
୯. ଇନ୍ଦୋର – ୫୮.୫୮
୧୦. ଗ୍ରେଟର ମୁମ୍ବାଇ – ୫୮.୨୩

୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ଶିମଲା – ୬୦.୯୦
୨. ଭୁବନେଶ୍ୱର – ୫୯.୮୫
୩. ସିଲଭାସା -୫୮.୪୩
୪. କାକିନାଡା – ୫୬.୮୪
୫. ସେଲମ୍ – ୫୬.୪୦
୬. ଭେଲୋର – ୫୬.୩୮
୭. ଗାନ୍ଧିନଗର – ୫୬.୨୫
୮. ଗୁରୁଗ୍ରାମ -୫୬.୦୦
୯. ଦାଭନଗେରେ -୫୫.୨୫
୧୦. ତିରୁଚିରାପଲ୍ଲୀ – ୫୫.୨୪

ସେହିପରି ୧୦ ଲକ୍ଷରୁ କମ୍ ଲୋକ ରହୁଥିବା ଶ୍ରେଷ୍ଠ ପୌରପାଳିକା ତାଲିକାର ୧ନଂ ସ୍ଥାନରେ ନୂଆଦିଲ୍ଲୀ ଏମସି ଥିବା ବେଳେ ଏହାପଛକୁ ତିରୁପତି, ଗାନ୍ଧିନଗର, କର୍ଣ୍ଣାଲ, ସାଲେମ, ତ୍ରିପୁରୁ, ବିଳାସପୁର, ଉଦୟପୁର, ଝାନସୀ ଓ ତିରୁନେଲଭେଲି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର