୨୦୨୧-୨୨ ପାଇଁ ୨୦୨ କୋଟିର ବଜେଟ୍ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି, ରଥ ଯାତ୍ରା ପାଇଁ ୧୧ କୋଟିର ବ୍ୟୟ ବରାଦ‌

The Sakala Picture
Published On

ପୁରୀ : ଶ୍ରୀମନ୍ଦିରର ୨୦୨୧ – ୨୦୨୨ ବର୍ଷର ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବ କମିଟି ଏହି ବଜେଟ ପ୍ରସ୍ତୁତ କରିଛି, ଯାହା ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ ହେବ । ଏହି ବଜେଟ୍ରେ ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି । […]

ପୁରୀ : ଶ୍ରୀମନ୍ଦିରର ୨୦୨୧ – ୨୦୨୨ ବର୍ଷର ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବ କମିଟି ଏହି ବଜେଟ ପ୍ରସ୍ତୁତ କରିଛି, ଯାହା ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ ହେବ । ଏହି ବଜେଟ୍ରେ ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଏଥି ସହିତ ୫ କୋଟି ଟଙ୍କା ସେବାୟତଙ୍କ ସହାୟତା ପାଇଁ ବ୍ୟବରାଦ ହୋଇଛି। ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି। ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହେଲାଣି। ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ ବୋଲି ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଏଥି ସହିତ ଭକ୍ତଙ୍କ ଦାନ ଅର୍ଥ ବଢେଇବା ପାଇଁ ବ୍ୟବସ୍ଥା କରାଯିବ। ୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧୦୦୦ କୋଟି କରିବା ପାଇଁ ଉଦ୍ୟମ କରାଯିବ। ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ନିଆଯିବ। ଏନଏସଜି କୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ। ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବସିଥିବା ଅର୍ଥ ସବକମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର