BSKY ଟିମ୍ ପ୍ରଚେଷ୍ଟାରେ ଘାସିରାମଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା

The Sakala Picture
Published On

ଭୁବନେଶ୍ୱର:  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ଙ୍କ ପ୍ରଚେଷ୍ଟାରେ ନାବାଳକ ଘାସିରାମ ମୁଣ୍ଡାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ଘଟଣାର ବିବରଣୀରୁ ଜଣାପଡିଛି ଯେ, ରାମ ମୁଣ୍ଡାଙ୍କ ପୁଅ ଘାସିରାମ ମୁଣ୍ଡା, ଯାଜପୁର ଜିଲ୍ଲା ଅନ୍ତର୍ଗତ ସାରଙ୍ଗପୁର୍ ଗ୍ରାମର ବାସିନ୍ଦା ଅଟନ୍ତି। ଗତ ୩ ରୁ ୪ ବର୍ଷ ହେଲା ଘାସିରାମର ଶରୀର ବୟସ ଅନୁପାତରେ ବୃଦ୍ଧି ହେଉ ନ ଥିବାରୁ ସେ କାର୍ଯ୍ଯକ୍ଷମ ହୋଇପାରୁ ନାହାନ୍ତି। ଗଣମାଧ୍ୟମରୁ ଏକଥା ଜାଣିବା ମାତ୍ରେ, ବି. ଏସ୍. କେ. […]

ଭୁବନେଶ୍ୱର:  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ଙ୍କ ପ୍ରଚେଷ୍ଟାରେ ନାବାଳକ ଘାସିରାମ ମୁଣ୍ଡାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ଘଟଣାର ବିବରଣୀରୁ ଜଣାପଡିଛି ଯେ, ରାମ ମୁଣ୍ଡାଙ୍କ ପୁଅ ଘାସିରାମ ମୁଣ୍ଡା, ଯାଜପୁର ଜିଲ୍ଲା ଅନ୍ତର୍ଗତ ସାରଙ୍ଗପୁର୍ ଗ୍ରାମର ବାସିନ୍ଦା ଅଟନ୍ତି। ଗତ ୩ ରୁ ୪ ବର୍ଷ ହେଲା ଘାସିରାମର ଶରୀର ବୟସ ଅନୁପାତରେ ବୃଦ୍ଧି ହେଉ ନ ଥିବାରୁ ସେ କାର୍ଯ୍ଯକ୍ଷମ ହୋଇପାରୁ ନାହାନ୍ତି। ଗଣମାଧ୍ୟମରୁ ଏକଥା ଜାଣିବା ମାତ୍ରେ, ବି. ଏସ୍. କେ. ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପ୍ରଥମେ ଘାସିରାମକୁ ଚଳିତ ମାସ ୧ ତାରିଖ ଦିନ ଆମ୍ବୁଲାନ୍ସ୍ ଯୋଗେ ଅଣାଯାଇ ସୁକିନ୍ଦା କମ୍ୟୁନିଟି ହେଲଥ୍ ସେଣ୍ଟରରେ ଆଡମିସନ୍ କରାଯାଇଥିଲା। ସେଠାରେ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ଚିକିତ୍ସା କରି ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପାରିଶ କରାଯାଇଥିଲା। କିନ୍ତୁ, ଯାଜପୁର ଯିବାକୁ ସେ ଅନିଚ୍ଛା ପ୍ରକାଶ କରି ବିଭିନ୍ନ ବାହାନାରେ ଘରକୁ ପଳାଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ପୁନଶ୍ଚ, ବି. ଏସ୍. କେ. ୱାଇ. ଟିମର ଅନୁସରଣ କ୍ରମେ ଘାସିରାମଙ୍କ ପିତାମାତାଙ୍କୁ ବୁଝାସୁଝା କରି ଚଳିତ ମାସ ୧୭ ତାରିଖ ଦିନ ସୁକିନ୍ଦା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ଦିଆଯାଇ ପରବର୍ତ୍ତୀ ବିଶେଷ ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ଯକ୍ରମ ଟିମ୍ ସହାୟତାରେ ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଆଗୁଆ ଚିକିତ୍ସା କେନ୍ଦ୍ର (ଆରଲି ଇନ୍ଟରଭେନସନ୍ ସେଣ୍ଟର୍) କୁ ପଠାଯାଇଥିଲା ।
ସେଠାରେ ବିଶେଷ ପରୀକ୍ଷ ନିରିକ୍ଷା ପରେ ଘାସିରାମଙ୍କୁ ସେରେବ୍ରାଲ୍ ପାଲ୍ସୀ (ମସ୍ତିସ୍କ ସ୍ନାୟୁଗତ ରୋଗ) ହୋଇଥିବାର ଜଣାପଡ଼ିଥିଲା । ଜନ୍ମରୁ ଏହି ରୋଗ ଥିବାର ଡାକ୍ତର ସନ୍ଦେହ କରିଥିଲେ । ତେବେ ଘାସିରାମଙ୍କୁ ଆବଶ୍ୟକୀୟ ଚିକିତ୍ସା, ଫିଜିଓଥେରାପି ଏପଂ ଉନ୍ନତ୍ତ ମାନର ଔେଷଧ ଯୋଗାଇ ଦିଆଯାଇଛି । ସପ୍ତାହକୁ ୩ ଥର ତାଙ୍କର ଫିଜିଓଥେରାପି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବସ୍ଥା କରାଯାଇଛି ଏବଂ ଏହି ସୁବିଧା ନେବା ପାଇଁ ଘାସିରାମଙ୍କ ପିତାମାତାଙ୍କୁ ପରାମର୍ଶ ଓ ସୂଚନା ଦିଆଯାଇଛି । ନିୟମିତ ଚିକିତ୍ସା ନେଲେ ତାଙ୍କର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଛି । ବି. ଏସ୍. କେ. ୱାଇ. ଏବଂ ରାଷ୍ଟ୍ରୀୟ ବାଲ୍ ରକ୍ଷା କାର୍ଯ୍ଯକ୍ରମ ଟିମର ଏତାଦୃଶ ପ୍ରଚେଷ୍ଟା ପାଇଁ ଗ୍ରାମବାସୀ ଏବଂ ବୁଦ୍ଧିଜୀବିମାନେ ସନ୍ତୋଷ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର