ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉଦବେଗ: ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର, ଫୁଡ୍‌ ଡେଲିଭରି ସଂସ୍ଥା ପାଲଟିଛି ମାଧ୍ୟମ

The Sakala Picture
Published On

ଭୁବନେଶ୍ବର: ଅନଲାଇନରେ ମିଳୁଛି ଡ୍ରଗ୍ସ । ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା […]

ଭୁବନେଶ୍ବର: ଅନଲାଇନରେ ମିଳୁଛି ଡ୍ରଗ୍ସ । ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆପଣଙ୍କ ପିଲା ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି କି ? ତେବେ ଫୁଡ୍ ଡେଲିଭରି ବୟ ଦେଇଥିବା ପ୍ୟାକେଟକୁ ତନତନ କରି ଯାଞ୍ଚ କରିବା ପରେ ହି ପିଲାଙ୍କୁ ଖାଦ୍ୟ ଦିଅନ୍ତୁ । କାରଣ ଅନଲାଇନ ଫୁଡ ଡେଲିଭରି ଆଳରେ ପିଲା ଡ୍ରଗ୍ସ ଅର୍ଡର କରି ଥାଇ ପରେ । ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ଯେଉଁଥି ପାଇଁ ସେମାନେ ପାଲଟି ଯାଆନ୍ତି ଡ୍ରଗ୍ସ ମାଫିଆ ଓ ଯୁବ ପିଢିଙ୍କ ମଧ୍ୟରେ କନେକ୍ଟିଂ ଲିଙ୍କ୍ । ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି । ପୂର୍ବରୁ ବ୍ରାଉନ ସୁଗାର ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବ ପିଢି ବି ଡ୍ରଗ୍ସ ସେବନକୁ ଆକୃଷ୍ଟ ହେଲେଣି । ଏପରିକରି ଡଗ୍ସ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତି ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନଶା ମୁକ୍ତ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଖୁବ୍ ଶୀଘ୍ର ନିଶା ମୁକ୍ତ ଭାରତ ଅଭିଯାନ ନିଶା ନିବାରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ସ୍ବତନ୍ତ୍ର ସେଲ୍ ଗଠନ କରିବେ ରାଜ୍ୟ ସରକାର । ଏଥିରେ ଏନଜିଓମାନଙ୍କ ବି ସହାୟତା ନିଆଯିବ । ଯେଉଁମାନେ ମୁଖ୍ୟତଃ ସଚେତନତା କାର୍ଯ୍ୟକ୍ରମ କରିବା ସହ ଶିକ୍ଷାନୁଷ୍ଠାନର ୧୦୦ ମିଟର ଯାଉ ସିଗାରେଟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଳା ସ୍ତରରେ ବି କମିଟି ଗଠନ କରାଯିବ। ୧୦ ଜିଲ୍ଲାରେ କମିଟି ଗଠନ ସରିଛି । ବାକି ୨୦ ଜିଲ୍ଲାରେ ବି ଖୁବ୍ ଶୀଘ୍ର କମିଟି ଗଠନ କରାଯିବ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ନିଶା ନିବାରଣ କରିବା ଦିଗରେ ରାଜ୍ୟ ସରକାର ଏନଫୋର୍ସମେଣ୍ଟ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ୨୦୧୮ରେ ୫୨୩ କ୍ବିଣ୍ଟାଲ ଗଞ୍ଜେଇ ଓ ୧.୦୫୪ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଓଡ଼ିଶା ପୁଲିସ। ୨୦୧୯ରେ ୬୧୮ କ୍ବିଣ୍ଟାଲ ଗଞ୍ଜେଇ ଓ ୩.୬୪୪ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ ହୋଇଛି। ୨୦୨୦ରେ ୧୩୭୪ କ୍ବିଣ୍ଟାଲ ଗଞ୍ଜେଇ ଓ ୩୪.୩୨ କିଲେଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ୨୦୨୧ରେ ୧୬୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୫୦ କିଲୋଗ୍ରାମ ବ୍ରାଉନ ସୁଗାର ରେଡ ସମୟରେ ଧରା ପଡ଼ିଥିଲା। ୨୦୨୨ରେ ୧୫୪୬ କ୍ବିଣ୍ଟାଲ ଗଞ୍ଜେଇ ଓ ୭୬.୮୩୨ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ କରାଯାଇଥିଲା । ୨୦୨୩ ସେପ୍ଟେମ୍ବର ସୁଦ୍ଧା ୧୯୪୭ କ୍ବିଣ୍ଟାଲ ଗଞ୍ଜେଇ ଓ ୩୭ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳତା ପାଇଛି ପୁଲିସ।

13 Dec 2023 By The Sakala

ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉଦବେଗ: ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର, ଫୁଡ୍‌ ଡେଲିଭରି ସଂସ୍ଥା ପାଲଟିଛି ମାଧ୍ୟମ

ଭୁବନେଶ୍ବର: ଅନଲାଇନରେ ମିଳୁଛି ଡ୍ରଗ୍ସ । ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର ।

ଆପଣଙ୍କ ପିଲା ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି କି ? ତେବେ ଫୁଡ୍ ଡେଲିଭରି ବୟ ଦେଇଥିବା ପ୍ୟାକେଟକୁ ତନତନ କରି ଯାଞ୍ଚ କରିବା ପରେ ହି ପିଲାଙ୍କୁ ଖାଦ୍ୟ ଦିଅନ୍ତୁ । କାରଣ ଅନଲାଇନ ଫୁଡ ଡେଲିଭରି ଆଳରେ ପିଲା ଡ୍ରଗ୍ସ ଅର୍ଡର କରି ଥାଇ ପରେ । ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ଯେଉଁଥି ପାଇଁ ସେମାନେ ପାଲଟି ଯାଆନ୍ତି ଡ୍ରଗ୍ସ ମାଫିଆ ଓ ଯୁବ ପିଢିଙ୍କ ମଧ୍ୟରେ କନେକ୍ଟିଂ ଲିଙ୍କ୍ । ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି । ପୂର୍ବରୁ ବ୍ରାଉନ ସୁଗାର ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବ ପିଢି ବି ଡ୍ରଗ୍ସ ସେବନକୁ ଆକୃଷ୍ଟ ହେଲେଣି । ଏପରିକରି ଡଗ୍ସ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତି ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନଶା ମୁକ୍ତ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଖୁବ୍ ଶୀଘ୍ର ନିଶା ମୁକ୍ତ ଭାରତ ଅଭିଯାନ ନିଶା ନିବାରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ସ୍ବତନ୍ତ୍ର ସେଲ୍ ଗଠନ କରିବେ ରାଜ୍ୟ ସରକାର । ଏଥିରେ ଏନଜିଓମାନଙ୍କ ବି ସହାୟତା ନିଆଯିବ । ଯେଉଁମାନେ ମୁଖ୍ୟତଃ ସଚେତନତା କାର୍ଯ୍ୟକ୍ରମ କରିବା ସହ ଶିକ୍ଷାନୁଷ୍ଠାନର ୧୦୦ ମିଟର ଯାଉ ସିଗାରେଟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଳା ସ୍ତରରେ ବି କମିଟି ଗଠନ କରାଯିବ। ୧୦ ଜିଲ୍ଲାରେ କମିଟି ଗଠନ ସରିଛି । ବାକି ୨୦ ଜିଲ୍ଲାରେ ବି ଖୁବ୍ ଶୀଘ୍ର କମିଟି ଗଠନ କରାଯିବ।

ନିଶା ନିବାରଣ କରିବା ଦିଗରେ ରାଜ୍ୟ ସରକାର ଏନଫୋର୍ସମେଣ୍ଟ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ୨୦୧୮ରେ ୫୨୩ କ୍ବିଣ୍ଟାଲ ଗଞ୍ଜେଇ ଓ ୧.୦୫୪ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଓଡ଼ିଶା ପୁଲିସ। ୨୦୧୯ରେ ୬୧୮ କ୍ବିଣ୍ଟାଲ ଗଞ୍ଜେଇ ଓ ୩.୬୪୪ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ ହୋଇଛି। ୨୦୨୦ରେ ୧୩୭୪ କ୍ବିଣ୍ଟାଲ ଗଞ୍ଜେଇ ଓ ୩୪.୩୨ କିଲେଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ୨୦୨୧ରେ ୧୬୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୫୦ କିଲୋଗ୍ରାମ ବ୍ରାଉନ ସୁଗାର ରେଡ ସମୟରେ ଧରା ପଡ଼ିଥିଲା। ୨୦୨୨ରେ ୧୫୪୬ କ୍ବିଣ୍ଟାଲ ଗଞ୍ଜେଇ ଓ ୭୬.୮୩୨ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ କରାଯାଇଥିଲା । ୨୦୨୩ ସେପ୍ଟେମ୍ବର ସୁଦ୍ଧା ୧୯୪୭ କ୍ବିଣ୍ଟାଲ ଗଞ୍ଜେଇ ଓ ୩୭ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳତା ପାଇଛି ପୁଲିସ।

https://www.thesakala.in/latest-odisha-news/drug-dealing-is-going-on-online-food-delivery-company-has-become-a-medium/article-28201
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର