ଏଣିକି ରାଜ୍ୟରେ ଥିବା ଏଏସ୍‍ଆଇ କୀର୍ତ୍ତିରାଜି ଉପରେ ଉଡ଼ିବ ଡ୍ରୋନ୍

The Sakala Picture
Published On

ଭୁବନେଶ୍ୱର: ଏଣିକି ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ପୁରୁଣା କୀର୍ତ୍ତିରାଜିଗୁଡିକର ଆକାଶ ମାର୍ଗରୁ ସର୍ବେକ୍ଷଣ ହେବ। ଯେଉଁଥିରେ ଫଟୋଗ୍ରାଫିକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆନୁସଙ୍ଗିକ ଭାବେ ଭୁବନେଶ୍ୱର ଲିଙ୍ଗରାଜମନ୍ଦିର ଓ ରାଜାରାଣୀ ମନ୍ଦିରରେ ଡ୍ରୋନ୍‍ ଇଡାଇବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସ୍ଥଳରେ ଏହା ଲୁଗୁ ହେବ। ବିଶେଷ କରି ପୁରୁଣା କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଫଟୋଗ୍ରାଫି କାମରେ ଆସିବ ବୋଲି କେନ୍ଦ୍ର ସରକାର ଚିନ୍ତା […]

ଭୁବନେଶ୍ୱର: ଏଣିକି ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ପୁରୁଣା କୀର୍ତ୍ତିରାଜିଗୁଡିକର ଆକାଶ ମାର୍ଗରୁ ସର୍ବେକ୍ଷଣ ହେବ। ଯେଉଁଥିରେ ଫଟୋଗ୍ରାଫିକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆନୁସଙ୍ଗିକ ଭାବେ ଭୁବନେଶ୍ୱର ଲିଙ୍ଗରାଜମନ୍ଦିର ଓ ରାଜାରାଣୀ ମନ୍ଦିରରେ ଡ୍ରୋନ୍‍ ଇଡାଇବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସ୍ଥଳରେ ଏହା ଲୁଗୁ ହେବ। ବିଶେଷ କରି ପୁରୁଣା କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଫଟୋଗ୍ରାଫି କାମରେ ଆସିବ ବୋଲି କେନ୍ଦ୍ର ସରକାର ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭୁବନେଶ୍ୱର ସ୍ଥିତଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର)କୁ ଅନୁମୋଦନ ମିଳିଛି। ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ବିଭାଗ ଜର୍ଭାନ ସ୍ଥିତ ଡେଜଲ୍ଡ କମ୍ପାନୀ ସହ ମିଶି ଏହି କାମ କରିବ। ଏଥପାଇଁ ଅନ୍‍ମେନ୍‍ଡ ଏୟାରକ୍ରାଫ୍ଟ ସିଷ୍ଟମ (ଯାନବିହିନ ବିମାନ ବ୍ୟବସ୍ଥା) ନିୟମାବାଳୀ ୨୦୨୧କୁ ସର୍ତ୍ତମୂଳକ ଭାବେ କୋହଳ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ୍‍ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି। ସର୍ତ୍ତ କୋହଳ ହେବା ପରେ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସର୍ବେକ୍ଷଣ ଓ ଫଟୋଗ୍ରାଫି ସହଜ ହେବ। ଏହାବାଦ୍‍ କୀର୍ତ୍ତିରାଜିର ଅବସ୍ଥିତି ଓ ପରିବେଶ ସମ୍ପର୍କରେ ଭରସାଯୋଗ୍ୟ ତଥ୍ୟ ସଂଗ୍ରହ କରାଯାଇ ପାରିବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)ର ସହଭାଗିତାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଏସବୁ କାମ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ପୁଣିଥରେ ଆଦେଶ ନ ହେବା ଯାଏଁ ଏହି ଫଟ୍ରୋଫି ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଚାଲି ପାରିବ। ଏଥିରେ ଡିଜିସିଏ ଦ୍ୱାରା ଲାଗୁ କରାଯାଇଥିବା ଏସ୍‍ଓପିର ନିୟମ ଓ ସର୍ତ୍ତାବଳୀ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଏ ବାବଦରେ ନାଇଜରର ରେଜିଷ୍ଟ୍ରାର ଅକ୍ଷୟ ନାୟକ କହିଛନ୍ତି କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସରଙ୍କ ନେତତ୍ୱରେ ଏହି କାମ କରାଯିବ। ଏଥିପାଇଁ କୀର୍ତ୍ତିରାଜି ଉପରେ ଡ୍ରୋନ୍‍ ଉଡାଯାଇ ବିଭିନ୍ନ ଦିଗରୁ ଏହାର ଫଟୋ ଉତ୍ତୋଳନ କରାଯିବ। ପରବର୍ତ୍ତୀ ସମୟରେ ଏହାର ଥ୍ରିଡି ଇମେଜ୍‍ ସୃଷ୍ଟି କରାଯିବ। ଯାହାକି ଗଭିଷ୍ୟତ ପିଢ଼ିପାଇଁ ଡକ୍ୟୁମେଣ୍ଟ ହୋଇ ରହିବ। ଭବିଷ୍ୟତରେ ପୁରୁଣା କୀର୍ତ୍ତିରାଜିର ଅବକ୍ଷୟ ହେଲେ ଏହାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଥ୍ରିଡି ଇମେଜ ସାହାଯ୍ୟ କରିବ। ଏହାଦ୍ୱାରା ପୁରୁଣା କୀର୍ତ୍ତିରାଜିର ଅବସ୍ଥିତିର ଏହାର ଡିଜାଇନ ଓ ସ୍ଥପତି, ନିର୍ମାଣ ଶୈଳୀର ତଥ୍ୟ ମଧ୍ୟ ସଂଗ୍ରହ କରି ରଖାଯାଇପାରିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଏ ବାବଦରେ ଏଏସ୍‍ଆଇ ଭୁବନେଶ୍ୱର ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ କହିଛନ୍ତି ଗତ ଏକ ବର୍ଷ ହେବ ନାଇଜର ଏନେଇ ଆମକୁ ପ୍ରସ୍ତାବ ଦେଇଥିଲେ। ଯାହାକି ଏବେ ଫଳପ୍ରଦ ହୋଇଛି। ଏହା ଯଦିଓ ନାଇଜରର ନିଜସ୍ୱ ସର୍ବେକ୍ଷଣ ହେଲେ ଏଥିରେ ମନ୍ଦିର ଭିତର, ବାହାର ଏପରିକି ପ୍ରତିଟି ସ୍ଥାପତ୍ୟକଳା, ସ୍ଥପତି ଓ କାରିଗରୀର ତଥ୍ୟ ସଂଗ୍ରହ କରାଯିବ। ଥ୍ରିଡି ଇମେଜ୍‍, ଲେଜର ସ୍କାନିଂ ଦ୍ୱାରା ଉଭୟ ମନ୍ଦିର ଭିତର ଓ ବାହାରେ ଏରିୟଲ୍‍ ସର୍ଟ ନିଆଯିବ। ଯାହାକି ଆଗାମୀ ଦିନର କାର୍ଯ୍ୟପନ୍ଥାକୁ ରୂପାୟନ କରିବା ଦିଗରେ ସାହାଯ୍ୟ କରିବ। ପୂର୍ବରୁ ଚଳିତ ମାସ ଆରମ୍ଭରେ ହିସାର, ପଞ୍ଚକୁଲା, ଅମ୍ବାଲା, ସହରାଞ୍ଚଳରେ ଅମୃତ ସହରଗୁଡିକର ବିକାଶ ପାଇଁ ଡାଟା ସଂଗ୍ରହ, ମ୍ୟାପିଂ, ୱେବଆଧାରିତ ଜିଆଇଏସ୍‍ ଫ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ଟିକସ ସଂଗ୍ରହ କରିବା ନିମନ୍ତେ ହରିଆଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ (ଡିୟୁଏଲ୍‍ବି)ଗୁଡିକୁ ଡ୍ରୋନ୍‍ ବ୍ୟବହାର ନିମନ୍ତେ ମଞ୍ଜୁରି ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର