ମଶା ମାରିବ ଡ୍ରୋନ୍; ରାଜଧାନୀରେ ମଶା ଦମନ କରିବାକୁ ବିଏମସି ନେବ ଏକାଧିକ ପଦକ୍ଷେପ

The Sakala Picture
Published On

ଭୁବନେଶ୍ୱର: ମଶା ମାରିବ ଡ୍ରୋନ । ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମଶା ମାରିବାକୁ ନିୟୋଜିତ ହେବ ଡ୍ରୋନ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର […]

ଭୁବନେଶ୍ୱର: ମଶା ମାରିବ ଡ୍ରୋନ । ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମଶା ମାରିବାକୁ ନିୟୋଜିତ ହେବ ଡ୍ରୋନ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ। ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଟିଫା ମେସିନ ଯାଇପାରୁନଥିବା ଇଲାକା ଓ ଜଳଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ଡ୍ରୋନ୍‌ର ବ୍ୟବହାର କରାଯିବ। ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର