ମଶା ମାରିବ ଡ୍ରୋନ୍; ରାଜଧାନୀରେ ମଶା ଦମନ କରିବାକୁ ବିଏମସି ନେବ ଏକାଧିକ ପଦକ୍ଷେପ

The Sakala Picture
Published On

ଭୁବନେଶ୍ୱର: ମଶା ମାରିବ ଡ୍ରୋନ । ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମଶା ମାରିବାକୁ ନିୟୋଜିତ ହେବ ଡ୍ରୋନ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର […]

ଭୁବନେଶ୍ୱର: ମଶା ମାରିବ ଡ୍ରୋନ । ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମଶା ମାରିବାକୁ ନିୟୋଜିତ ହେବ ଡ୍ରୋନ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ। ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ଟିଫା ମେସିନ ଯାଇପାରୁନଥିବା ଇଲାକା ଓ ଜଳଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ଡ୍ରୋନ୍‌ର ବ୍ୟବହାର କରାଯିବ। ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର