ଗ୍ରାସରୁଟରୁ ମଜଭୁତ ହେବ ହକି; ସ୍ପୋଟ୍‌ସ ହଷ୍ଟେଲ ଓ ହକି ଏକାଡେମୀରେ ରହିବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍: ଦିଲ୍ଲୀପ ତିର୍କୀ

The Sakala Picture
Published On

ଭୁବନେଶ୍ୱର: ଆକ୍ସନ ମୁଡରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଡ଼. ଦିଲ୍ଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି […]

ଭୁବନେଶ୍ୱର: ଆକ୍ସନ ମୁଡରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଡ଼. ଦିଲ୍ଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଡ଼ ଦିଲ୍ଲୀପ ତିର୍କି। ଏନେଇ ହକି ଇଣ୍ଡିଆ ସଭାପତି ଡ. ଦିଲ୍ଲୀପ ତିର୍କୀ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ଟ୍ରେନିଂ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରିଛି । ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ମର୍ଡନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ। ଗ୍ରାସରୁଟରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଫୋକସ ଦିଆଯାଉଛି। ଗ୍ରାସରୁଟ ଲେବୁଲରେ ଅଧିକ ପୁଅ ଝିଅ କିପରି ହକିରେ ସାମିଲ ହେବେ ଏବଂ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି । ତାହାର କାରଣ ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି । ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକପିର କୋଚ୍ ରହିଛନ୍ତି । ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଲ ହେଉଛି। ଡ.ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହେବା ପରେ ଭାରତୀୟ ହକି ଟିମ୍ ତା’ର ପୂର୍ବ ଗୌରବକୁ ଫେରିପାଇବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର