ସଂସଦରେ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ରଖିଲେ ଡ.ସସ୍ମିତ ପାତ୍ର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ମାନ୍ୟତା ଦାବିକୁ ସଂସଦରେ ପୁଣି ଉଠାଇଛି ବିଜୁ ଜନତା ଦଳ । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଡ. ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଅବିଳମ୍ବେ ଏହା ବିଚାର କରିବାକୁ ଅନୁରୋଧ କରିଛନ୍ତି । ଡ. ପାତ୍ର କହିଛନ୍ତି ଯେ, ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରି ଆସୁଛି । ବାରମ୍ବାର ବାତ୍ୟା, ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଜନଜୀବନ ସ୍ୱାଭାବିକ କରିବାକୁ […]

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ମାନ୍ୟତା ଦାବିକୁ ସଂସଦରେ ପୁଣି ଉଠାଇଛି ବିଜୁ ଜନତା ଦଳ । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଡ. ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଅବିଳମ୍ବେ ଏହା ବିଚାର କରିବାକୁ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଡ. ପାତ୍ର କହିଛନ୍ତି ଯେ, ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରି ଆସୁଛି । ବାରମ୍ବାର ବାତ୍ୟା, ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଜନଜୀବନ ସ୍ୱାଭାବିକ କରିବାକୁ ସମୟ ଲାଗୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସହଯୋଗର ବିଶେଷ ଆବଶ୍ୟକତା ପଡୁଛି । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରି ଆସୁଛନ୍ତି । ଅତୀତରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ନୀତି ଆୟୋଗ ବୈଠକରେ ମଧ୍ୟ ଆଲୋଚନା କରିଛନ୍ତି । ମାତ୍ର ଓଡ଼ିଶାର ନ୍ୟାୟୋଚିତ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର