ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ୱର: ଡ. ମନୋରମା ମହାନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍‌‌) ଗ୍ରେଡ୍‌‌କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି। ଏନେଇ ଶୁକ୍ରବାର କେନ୍ଦ୍ର ପୃଥ୍ବୀବିଜ୍ଞାନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଓଡ଼ିଶା‌ ଜନ୍ମିତ ଡ. ମହାନ୍ତି ଦୀର୍ଘ ଦିନ ହେବ ଗୁଜୁରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। […]

ଭୁବନେଶ୍ୱର: ଡ. ମନୋରମା ମହାନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍‌‌) ଗ୍ରେଡ୍‌‌କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି। ଏନେଇ ଶୁକ୍ରବାର କେନ୍ଦ୍ର ପୃଥ୍ବୀବିଜ୍ଞାନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଓଡ଼ିଶା‌ ଜନ୍ମିତ ଡ. ମହାନ୍ତି ଦୀର୍ଘ ଦିନ ହେବ ଗୁଜୁରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ସେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ରେ ଯୋଗ ଦେଇଥିଲେ। ଆରବସାଗର ଇତିହାସରେ ସବୁଠୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍‌ ଗତିପଥ ଓ ତୀବ୍ରତା ଆକଳନ କରିବାରେ ଡ. ମହାନ୍ତିଙ୍କର ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କର ସଠିକ୍‌‌ ଆକଳନ ଓ ସତର୍କ ସୂଚନା ଯୋଗୁଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇପାରିଥିଲା। ଏଥିପାଇଁ ଗୁଜରାଟ ସରକାରଙ୍କ ତରଫରୁ ଡ. ମ‌ହାନ୍ତି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପାଣିପାଗ ଆକଳନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଓଡ଼ିଶା ଭଳି ଏକ ବାତ୍ୟାପ୍ରବଣ ରାଜ୍ୟରେ ତାଙ୍କର ଏହି ଅଭିଜ୍ଞତା ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରି ଆଇଏମ୍‌ଡି ତାଙ୍କୁ ଏଠାରେ ନିଯୁକ୍ତି ଦେଇଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର