ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି: ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ୩ୟ ଦିନ ।  ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ ହୋଇଛି। ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ  ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିବା ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ […]

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ୩ୟ ଦିନ ।  ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ ହୋଇଛି। ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ  ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିବା ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି । ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି । ଅଧ୍ୟାଦେଶରେ ଯେଉଁ କଥା ରହିଛି ତାହା ବିଜେପି ଓ କଂଗ୍ରେସର ସଦସ୍ୟମାନେ ହିଁ ଦାବି ରଖିଥିଲେ । ସରକାର ସେ ଦିଗରେ ପଦକ୍ଷେପ ନେବା ପରେ ବିରୋଧୀ ପୁଣି ଓଲଟା କଥା କହୁଛନ୍ତି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାକୁ ବନ୍ଦ କରିବା ଓ ରାଜଭବନ ଯାଏ ପଦଯାତ୍ରା କରି ଯିବା ଅପେକ୍ଷା ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ  ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସେହିପରି  ବିଧାୟ ଶଶୀ ବେହେରା କହିଛନ୍ତି ଯେ,  ବିରୋଧୀ ମାନେ ଗୃହ ଚଳାଇଦେଉନାହାନ୍ତି। ଫଳରେ ଅନେକ ପ୍ରସଙ୍ଗ ଆଲୋଚନା ହେବ କଥା ହୋଇପାରୁନାହିଁ। ଅନେକ ପ୍ରସଙ୍ଗ ରିହିଛି ବିରୋଧୀ ଜାଣିଶୁଣି ଆଲୋକଚନା କରାଇ ଦେଉନାହାନ୍ତି।  ଆଦିବାସୀଙ୍କ ସହିତ ସରକାର ଅଛନ୍ତି। ଆଦିବାସୀଙ୍କ ବିକାଶ କରୁଛନ୍ତି ସରକାର। କ୍ୟାବିନେଟ ନିଷ୍ପତି ସରକାର ସ୍ଥଗିତ ରଖିଛନ୍ତି। ମନ୍ତ୍ରୀ ମଧ୍ୟ ସ୍ପଟିକାରଣ ଦେଇସାରିଛନ୍ତି। ଅଯଥା ଗୃହରେ ହଟ୍ଟଗୋଳ ସୃଷ୍ଟି କରୁଛନ୍ତି। ଗୃହ ଚଳାଇ ଦେଉନାହାନ୍ତି ବୋଲି ବିଧାୟକ ଶଶୀ ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର