ପଦୋନ୍ନତି ପାଇଁ ଗଣଶିକ୍ଷା ବିଭାଗର ଦୋହରା ନୀତି: ୧୯ ଜିଲ୍ଲା ପାଇଁ ଓଟିଇଟି ବାଧ୍ୟତାମୂଳକ, ୧୧ ଜିଲ୍ଲା ପାଇଁ ନାହିଁ…

The Sakala Picture
Published On

ଭୁବନେଶ୍ୱର: ଶିକ୍ଷକଙ୍କ ପଦନ୍ନୋତି ପାଇଁ ଗଣଶିକ୍ଷା ବିଭାଗର ଦୋହରା ନୀତି। କିଛି ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ କରାଯାଇ ଥିବାବେଳେ ଆଉ କିଛି ଶିକ୍ଷକଙ୍କୁ ଏଥିରୁ ବାଦ୍‌‌ ଦିଆଯାଇଛି। ପଦୋନ୍ନତି ଦେବା ପାଇଁ ବିଭାଗ ପକ୍ଷରୁ ଚାଲିଥିବା ଏପରି କାର୍ଯ୍ୟକୁ ତୀବ୍ର ବିରୋଧ କରିଛି ପ୍ରାଥମିକ ବିଏଡ୍‌‌ ଶିକ୍ଷକ ମହାସଂଘ। ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ଥିବାବେଳେ କାହିଁକି ବିଭାଗ ଦୋହରା ନୀତି ଆପଣାଉଛି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ସଂଘର କହିବା ଅନୁଯାୟୀ, […]

ଭୁବନେଶ୍ୱର: ଶିକ୍ଷକଙ୍କ ପଦନ୍ନୋତି ପାଇଁ ଗଣଶିକ୍ଷା ବିଭାଗର ଦୋହରା ନୀତି। କିଛି ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ କରାଯାଇ ଥିବାବେଳେ ଆଉ କିଛି ଶିକ୍ଷକଙ୍କୁ ଏଥିରୁ ବାଦ୍‌‌ ଦିଆଯାଇଛି। ପଦୋନ୍ନତି ଦେବା ପାଇଁ ବିଭାଗ ପକ୍ଷରୁ ଚାଲିଥିବା ଏପରି କାର୍ଯ୍ୟକୁ ତୀବ୍ର ବିରୋଧ କରିଛି ପ୍ରାଥମିକ ବିଏଡ୍‌‌ ଶିକ୍ଷକ ମହାସଂଘ। ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ଥିବାବେଳେ କାହିଁକି ବିଭାଗ ଦୋହରା ନୀତି ଆପଣାଉଛି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସଂଘର କହିବା ଅନୁଯାୟୀ, ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଲେଭେଲ୍‌‌-୫ଏ ରୁ ଲେଭେଲ୍‌‌-୫ବି କୁ ପଦୋନ୍ନତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଗତ ଜୁଲାଇ ୩୧ତାରିଖରେ ବିଭାଗୀୟ ସଚିବ ପଦୋନ୍ନତି ସମ୍ପର୍କିତ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଯେଉଁଥିରେ ୧୯ଟି ଜିଲ୍ଲାରେ ଏନ୍‌‌ସିଟିଇ ମାର୍ଗଦର୍ଶିକା ଅନୁଯାୟୀ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୧୯ଟି ଜିଲ୍ଲା ପାଇଁ ଗୋଟିଏ ନିୟମ ଓ ଅବଶିଷ୍ଟ ଜିଲ୍ଲା ପାଇଁ ଭିନ୍ନ ନିୟମ କିପରି ବୋଲି ସଂଘ ପ୍ରଶ୍ନ କରିଛି। ୨୦୧୯ ମସିହାରୁ ଏଯାଏଁ ପ୍ରାୟ ୬୮ ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ବେନିୟମ ଭାବେ ପଦୋନ୍ନତି ଦିଆଯାଇଥିବା ସଂଘ ଅଭିଯୋଗ କରିଛି। ସେହିପରି ଚାକିରି ସମୟରେ ଏନ୍‌‌ଓସି ନ ନେଇ ରେଗୁଲାର ମୋଡ୍‌‌ରେ ସ୍ନାତକ ଡିଗ୍ରୀ ହାସଲ କରି କିଛି ଶିକ୍ଷକ କାଟେଗୋରୀ-୨ରେ ପଦୋନ୍ନତି ମଧ୍ୟ ହାତେଇଥିବା ସଂଘ ଅଭିଯୋଗ କରିଛି। ତେଣୁ ପଦୋନ୍ନତି କ୍ଷେତ୍ରରେ ବ୍ୟାପକ ଅସଙ୍ଗତି ହୋଇଥିବାରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇ ପଡ଼ୁୁଥିବା ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ପଦୋନ୍ନତି ପାଇଁ ଗୋଟିଏ ନିୟମ ଲାଗୁ କରିବା ସହ ବେନିୟମ ଭାବେ ପଦୋନ୍ନତି ହାତେଇଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିକଟରେ ଦାବି କରାଯାଇଥିବା ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର