ଦିଗପହଣ୍ଡିରେ ଡବଲ ମର୍ଡର; ଦୁଇ ବିଜେଡି ନେତାଙ୍କୁ ହତ୍ୟା !

The Sakala Picture
Published On

ଦିଗପହଣ୍ଡି: ଦିଗପହଣ୍ଡିରେ ଡବଲ ମର୍ଡର । ଚଷାନିମଖଣ୍ଡି ଗାଁରେ ଦୁଇ ବିଜେଡି ନେତାଙ୍କୁ ହତ୍ୟା ହୋଇଥିବା ନେଇ ଅଭିଯୋଗ । କାରଣ ଅସ୍ପଷ୍ଟ, ହତ୍ୟାକାରୀକୁ ଖୋଜୁଛି ପୋଲିସ । ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୮ଟା ବେଳେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ଦେଖି ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ […]

ଦିଗପହଣ୍ଡି: ଦିଗପହଣ୍ଡିରେ ଡବଲ ମର୍ଡର । ଚଷାନିମଖଣ୍ଡି ଗାଁରେ ଦୁଇ ବିଜେଡି ନେତାଙ୍କୁ ହତ୍ୟା ହୋଇଥିବା ନେଇ ଅଭିଯୋଗ । କାରଣ ଅସ୍ପଷ୍ଟ, ହତ୍ୟାକାରୀକୁ ଖୋଜୁଛି ପୋଲିସ । ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୮ଟା ବେଳେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ଦେଖି ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସୂଚନା ଅନୁସାରେ, ଗତକାଲି ଗାଁରେ ପଂଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ସୁଧୀରଙ୍କ ବାଇକରେ ଉଭୟେ ଆସିଥିଲେ। ତେବେ ଏହା ପରେ କେହି ଦୁବୃର୍ତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଉଭୟ। ଏକ ପଥର ସହ ଦୁଇ ହଳ ଚପଲ ଜବତ କରିଛି ଦିଗପହଣ୍ଡି ପୋଲିସ। ଖବର ପାଇ ଆଇଆଇସି ବସନ୍ତ ସେଠି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ତେବେ କେଉଁ କାରଣକୁ ନେଇ ଏହି ଘଟଣା ଘଟିଛି ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତକ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଥିଲେ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

24 Apr 2022 By The Sakala

ଦିଗପହଣ୍ଡିରେ ଡବଲ ମର୍ଡର; ଦୁଇ ବିଜେଡି ନେତାଙ୍କୁ ହତ୍ୟା !

ଦିଗପହଣ୍ଡି: ଦିଗପହଣ୍ଡିରେ ଡବଲ ମର୍ଡର । ଚଷାନିମଖଣ୍ଡି ଗାଁରେ ଦୁଇ ବିଜେଡି ନେତାଙ୍କୁ ହତ୍ୟା ହୋଇଥିବା ନେଇ ଅଭିଯୋଗ । କାରଣ ଅସ୍ପଷ୍ଟ, ହତ୍ୟାକାରୀକୁ ଖୋଜୁଛି ପୋଲିସ । ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୮ଟା ବେଳେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ଦେଖି ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତକାଲି ଗାଁରେ ପଂଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ସୁଧୀରଙ୍କ ବାଇକରେ ଉଭୟେ ଆସିଥିଲେ। ତେବେ ଏହା ପରେ କେହି ଦୁବୃର୍ତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଉଭୟ। ଏକ ପଥର ସହ ଦୁଇ ହଳ ଚପଲ ଜବତ କରିଛି ଦିଗପହଣ୍ଡି ପୋଲିସ। ଖବର ପାଇ ଆଇଆଇସି ବସନ୍ତ ସେଠି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

ତେବେ କେଉଁ କାରଣକୁ ନେଇ ଏହି ଘଟଣା ଘଟିଛି ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତକ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର