ଡବଲ ଇଞ୍ଜିନ ସରକାରରେ ମିଳିଛି ଟ୍ରିପଲ ବିଫଳତା: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିଲା। କିନ୍ତୁ ବାସ୍ତବରେ ଡବଲ ଇଞ୍ଜିନ ସରକାରରେ ଟ୍ରିପଲ ବିଫଳତା ଦେଖିବାକୁ ମିଳିଛି। ରାଜ୍ୟର ଆର୍ଥକ ବିକାଶ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହି ସୁଯୋଗ ହାତଛଡା ହେବାକୁ ବସିଲାଣି। ବଡ଼ ବଡ଼ କମ୍ପାନୀ ମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୁହାଯାଉଛି, କିନ୍ତୁ ବାସ୍ତବରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ବିଜେପି ସରକାର ଆବଶ୍ୟକୀୟ ବାତାବରଣ ତିଆରି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି। ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ,  ଗତ ୧୮ ମାସର ବିଜେପି ଶାସନରେ ବିଫଳତା ତାଲିକା ଏତେ ଲମ୍ୱା ହୋଇଛି ଯେ, ରାଜ୍ୟବାସୀ ଆଜି ରାଜ୍ୟରେ ଗୋଟିଏ ସରକାର ଅଛି ବୋଲି ଅନୁଭବ କରି ପାରୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

୨୦୨୨ ମସିହାରେ ଷ୍ଟାର୍ଟଅପ୍‌ ନିବେଶ କ୍ଷେତ୍ରରେ ରାଜ୍ୟ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନରେ ଥିଲା। କିନ୍ତୁ ୨୦୨୫ ବେଳକୁ ଓଡ଼ିଶା ୨୦ ତମ ସ୍ଥାନକୁ ଖସି ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ, ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଯୁବବର୍ଗର ଲୋକମାନଙ୍କୁ ସାହସ ଶକ୍ତି ଓ ପ୍ରେରଣା ପ୍ରଦାନ କରାଯାଉଥିଲା। ହେଲେ ଏବେ କାହିଁକି ଓଡ଼ିଶାର ସ୍ଥାନ ତଳକୁ ତଳ ଖସୁଛି ବୋଲି ଶ୍ରୀ ଘଡ଼ାଇ ପ୍ରଶ୍ନ କରିଛନ୍ତି। ଏହା ବ୍ୟତୀତ ନବୀନ ପଟ୍ଟନାୟକଙ୍କ ସମୟରେ ଦୁବାଇକୁ ଆରମ୍ଭ ହୋଇଥିବା ସିଧା ବିମାନ ସେବା ଏବେ ବନ୍ଦ ହେବାକୁ ଯାଉଛି। ଦୁବାଇ ଏକ ଅନ୍ତର୍ଜାତୀୟ ଟ୍ରେଡ୍‌ ସେଣ୍ଟର ହୋଇଥିବାରୁ, ଏଠାକୁ ବିମାନ ସେବା ବନ୍ଦ ହେବା ଯୋଗୁ ଏହା ରାଜ୍ୟର ବ୍ୟବସାୟ ବୃଦ୍ଧି ପାଇଁ ବାଧକ ହେବ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି। 

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଅନ୍ୟପଟେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଇ ଶ୍ରୀ ଘଡ଼ାଇ ସରକାରଙ୍କ ଉପରେ ବର୍ଷିଛନ୍ତି। ଲଘୁ ଖଣିଜ ସମ୍ପଦ ଓ ଗୁରୁ ଖଣିଜ ସମ୍ପଦରେ ବ୍ୟାପକ ଲୁଟ ଚାଲିଛି। ଏଇ ଦୁଇ କ୍ଷେତ୍ରରେ ମାଫିଆମାନେ ରାଜ କରୁଛନ୍ତି। ନିକଟରେ କେନ୍ଦୁଝର ଜିଲ୍ଲାରେ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଡକାୟତ ମାନେ କୋଟି କୋଟି ଟଙ୍କା ଲୁଟିନେବା ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ସଦ୍ୟତମ ନମୁନା ସାଜିଛି। ସବୁ କ୍ଷେତ୍ରରେ ବିଫଳତା ଓ ଅରାଜକତା ଦେଖିବାକୁ ମିଳୁଥିବା ବେଳେ, ରାଜ୍ୟ ବିଜେପି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି। ଫଳସ୍ୱରୂପ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି। ରାଜ୍ୟ ସରକାରଙ୍କର ତୁରନ୍ତ ନିଦ୍ରା ଭଙ୍ଗ ହେବା ଦରକାର ଓ ରାଜ୍ୟର ଶାସନ ବ୍ୟବସ୍ଥାରେ ସରକାର ସୁଧାର ଆଣିବା ଉଚିତ।  ନଚେତ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଘଡ଼ାଇ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର