ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା

Madhusudan Das Picture
Published On

ଚିଲିକା: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ପାଇଁ ଗଠନ ହୋଇଛି ୧୮ଟି ସ୍ୱତନ୍ତ୍ର ଟିମ୍ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ । ଡଲଫିନ୍ ଗଣନା ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ଚିଲିକାର ସମସ୍ତ ବୋଟ୍‌ ଆସୋସିଏସନ୍‌କୁ ସୂଚନା ଦିଆଯାଇଛି । ଚିଲିକାରେ ଡ଼ଲଫିନ ଗଣନା ନେଇ ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ସଭାଗୃହରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ଡ଼ଲଫିନ ଗଣନା ପାଇଁ ଆଜି ଡ଼ଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଡ଼ଲଫିନ ଗଣନା ପାଇଁ ୨ଟି ରେଂଜର ୩ ସେକ୍ଟରରେ ରହିବେ ୧୮ ଟିମ। ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବାନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ଏହି ଗଣନାରେ ୧୩୦ରୁ ଉର୍ଦ୍ଧ ବିଭାଗୀୟ କର୍ମଚାରୀ, ସ୍ବେଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀ ମାନେ ସାମିଲ ହେବେ। ଏଥିସହିତ ସ୍ଥାନୀୟ ମସ୍ୟଜିବୀ ଓ ବିଭିନ୍ନ ଡଙ୍ଗା ଚାଳକ ସଂଘ ମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ ବ୍ୟବହାର କରାଯିବ। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି  ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ ରହିବ ।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

19 Jan 2026 By Madhusudan Das

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା

ଚିଲିକା: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ପାଇଁ ଗଠନ ହୋଇଛି ୧୮ଟି ସ୍ୱତନ୍ତ୍ର ଟିମ୍ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ । ଡଲଫିନ୍ ଗଣନା ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ଚିଲିକାର ସମସ୍ତ ବୋଟ୍‌ ଆସୋସିଏସନ୍‌କୁ ସୂଚନା ଦିଆଯାଇଛି । ଚିଲିକାରେ ଡ଼ଲଫିନ ଗଣନା ନେଇ ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ସଭାଗୃହରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। 

ଡ଼ଲଫିନ ଗଣନା ପାଇଁ ଆଜି ଡ଼ଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଡ଼ଲଫିନ ଗଣନା ପାଇଁ ୨ଟି ରେଂଜର ୩ ସେକ୍ଟରରେ ରହିବେ ୧୮ ଟିମ। ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବାନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। 

ଏହି ଗଣନାରେ ୧୩୦ରୁ ଉର୍ଦ୍ଧ ବିଭାଗୀୟ କର୍ମଚାରୀ, ସ୍ବେଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀ ମାନେ ସାମିଲ ହେବେ। ଏଥିସହିତ ସ୍ଥାନୀୟ ମସ୍ୟଜିବୀ ଓ ବିଭିନ୍ନ ଡଙ୍ଗା ଚାଳକ ସଂଘ ମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ ବ୍ୟବହାର କରାଯିବ। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି  ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ ରହିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର