ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ‘ଡେପୁଟେସନ’ ରୋଗ: ଗ୍ରାମାଞ୍ଚଳରେ ନିଯୁକ୍ତି, ସହରରେ କରୁଛନ୍ତି କାମ

The Sakala Picture
Published On

ଭୁବନେଶ୍ୱର: ଜରୁରୀ ଆବଶ୍ୟକତା ଭରଣା କରିବା ପାଇଁ ସରକାରୀସ୍ତରରେ ଡ଼େପୁଟେସନ ପରି ଏକ ବ୍ୟବସ୍ଥା ଅଛି। ମାତ୍ର ଏହି ଡ଼େପୁଟେସନକୁ ନିଜ ସ୍ୱାର୍ଥ ସାଧନ ନିମନ୍ତେ ଗଳାବାଟରେ ପରିଣତ କରିଛନ୍ତି କିଛି ସରକାରୀ କର୍ମଚାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର, ଶିକ୍ଷକ, ଯନ୍ତ୍ରୀ, ଅନ୍ୟ ସରକାରୀ କର୍ମଚାରୀ ଏହି ଡ଼େପୁଟେସନକୁ ଢ଼ାଲ କରି ନିଜ ସୁବିଧା ନିମନ୍ତେ ସହଜ ବାଟ ବାହାର କରିଛନ୍ତି। ନିୟମକାନୁନର ଗଳାବାଟରେ ନିଜ ସ୍ୱାର୍ଥ ସାଧନ କରୁଛନ୍ତି। ପରିଣତି ସ୍ୱରୂପ ଗ୍ରାମାଞ୍ଚଳରେ ଶିକ୍ଷକ, […]

ଭୁବନେଶ୍ୱର: ଜରୁରୀ ଆବଶ୍ୟକତା ଭରଣା କରିବା ପାଇଁ ସରକାରୀସ୍ତରରେ ଡ଼େପୁଟେସନ ପରି ଏକ ବ୍ୟବସ୍ଥା ଅଛି। ମାତ୍ର ଏହି ଡ଼େପୁଟେସନକୁ ନିଜ ସ୍ୱାର୍ଥ ସାଧନ ନିମନ୍ତେ ଗଳାବାଟରେ ପରିଣତ କରିଛନ୍ତି କିଛି ସରକାରୀ କର୍ମଚାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର, ଶିକ୍ଷକ, ଯନ୍ତ୍ରୀ, ଅନ୍ୟ ସରକାରୀ କର୍ମଚାରୀ ଏହି ଡ଼େପୁଟେସନକୁ ଢ଼ାଲ କରି ନିଜ ସୁବିଧା ନିମନ୍ତେ ସହଜ ବାଟ ବାହାର କରିଛନ୍ତି। ନିୟମକାନୁନର ଗଳାବାଟରେ ନିଜ ସ୍ୱାର୍ଥ ସାଧନ କରୁଛନ୍ତି। ପରିଣତି ସ୍ୱରୂପ ଗ୍ରାମାଞ୍ଚଳରେ ଶିକ୍ଷକ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଯନ୍ତ୍ରୀ ମରୁଡ଼ି ଦେଖାଯାଉଥିବା ବେଳେ ସହରାଞ୍ଚଳରେ ବଳକା ସ୍ଥିତି ସୃଷ୍ଟି ହେଉଛି। ପୁନଶ୍ଚ ଡ଼େପୁଟେସନ ଅବଧି ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ବୋଲି କୁହାଯାଉଥିଲେ ହେଁ ଦଶନ୍ଧି ଦଶନ୍ଧିଧରି କିଛି ଅଧିକାରୀ ଓ କର୍ମଚାରୀ ଡ଼େପୁଟେସନରେ ଥିବା ଦେଖାଯାଉଛି। କେବଳ ବିଭାଗ ନୁହେଁ, ଅନ୍ୟ ବିଭାଗକୁ ଡ଼େପୁଟେସନରେ ଯାଇ ସେହିଠାରେ କିଛି କର୍ମଚାରୀ ମଧ୍ୟ ଅବସର ନେଉଥିବା ଉଦାହରଣ ଅନେକ। ମାତ୍ର ଏହି ପ୍ରସଙ୍ଗରେ ଜିଲ୍ଲାପ୍ରଶାସନଠାରୁ ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରବ। ସାଧାରଣ ଲୋକଙ୍କ ସୁଖ ସୁବିଧା ଅପେକ୍ଷା ଏହି ଅଧିକାରୀମାନେ ନିଜ ବିଭାଗୀୟ କର୍ମଚାରୀଙ୍କ ସୁଖ ସୁବିଧା ବୁଝିବା ନିମନ୍ତେ ବେଶୀ ତତ୍ପର। ଏହା ପଛରେ ସେମାନଙ୍କର କି ସ୍ୱାର୍ଥ ରହିଛି ତାହା କେବଳ ସେହିମାନେ ହିଁ ଜାଣନ୍ତି। ଗୋଟିଏ ସ୍ଥାନରୁ ଦରମା ନେଇ ଡ଼େପୁଟେସନରେ ଅନ୍ୟସ୍ଥାନକୁ ଚାଲି ଯାଉଥିବାରୁ ମୂଳ ସ୍ଥାନରେ ନୂଆ ନିଯୁକ୍ତି ହୋଇ ପାରୁନାହିଁ। ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ଅଧିବାସୀ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଣପୁର ସିଏଚ୍‍ସିକୁ ଏହାର ଜ୍ୱଳନ୍ତ ଉଦାହରଣ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ବାଣପୁର ସିଏଚ୍‍ସି ଅଧୀନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କର୍ମଚାରୀ ଓ ଅଧିକାରୀ ଗତ ୨ ବର୍ଷ ମଧ୍ୟରେ କୌଣସିମତେ ଅନ୍ୟତ୍ର ଡ଼େପୁଟେସନରେ ଚାଲିଯିବାକୁ ସକ୍ଷମ ହୋଇଛନ୍ତି। ବାଣପୁର ସିଏଚ୍‍ସିର ମେଡିକାଲ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନର୍ସିଂ ଅଫିସର, ଲ୍ୟାବ୍‍ ଟେକ୍ନିସିଆନ୍‍ଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟରତ ୨୨ ଜଣ ଅନ୍ୟତ୍ର ନିଯୁକ୍ତି ପାଇଛନ୍ତି। ବାଣପୁର ସିଏଚ୍‍ସିରୁ ଡ଼େପୁଟେସନରେ ସ୍ଥାନାନ୍ତରିତ ସମସ୍ତ କର୍ମଚାରୀ ଭୁବନେଶ୍ୱର ସହରାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନାରେ ଅବସ୍ଥାପିତ ହୋଇଛନ୍ତି। ସେହିପରି ଗମ୍ଭାରୀମୁଣ୍ଡା, ହଳଣ୍ଡା, ସୁନାଖଳା, ନୀଳାଦ୍ରୀପ୍ରସାଦ ସିଏଚ୍‍ସି, ପିଏଚ୍‍ସି ସମେତ କୁମରଙ୍ଗ, ଅରଙ୍ଗ, ଆୟତପୁର, ଦୀକ୍ଷିତପଡ଼ା ସବ୍‍ ସେଣ୍ଟରରେ ସମାନ ଅବସ୍ଥା ଦେଖାଯାଇଛି। ତେବେ ବାଣପୁର ସିଏଚ୍‍ସିରୁ ସର୍ବାଧିକ କର୍ମଚାରୀ ଭୁବନେଶ୍ୱରକୁ ଆସିଛନ୍ତି। ଏଠାରେ ଥିବା ମେଡିକାଲ ଅଫିସରଙ୍କୁ କଟକ ଏସ୍‍ସିବିକୁ ବଦଳି କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପୂର୍ବରୁ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ଥିବା ବେଳେ ଏବେ ଏତେ ସଂଖ୍ୟକ କର୍ମଚାରୀଙ୍କୁ ରାଜଧାନୀକୁ ବଦଳି କରିଦେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ଉପରେ ପଡୁଥିବା ଅଭିଯୋଗ ହୋଇଛି। ଏଠି ଔଷଧ ବିତରଣ କେନ୍ଦ୍ରରେ ତାଲା, ରକ୍ତଭଣ୍ଡାର ଗୃହ ଓ ଏକ୍ସରେ କର୍ମଚାରୀ ଶୂନ୍ୟ। ଡାକ୍ତରଙ୍କ ଟେବୁଲ ଖାଲି, ନର୍ସ ନାହାନ୍ତି କି ଲ୍ୟାବ୍‍ ଟେକ୍‍ନିସିଆନ ବି ନାହାନ୍ତି। ଲୋକ ଘଣ୍ଟାଘଣ୍ଟା ଧାଡ଼ିବାନ୍ଧି ଠିଆ ହେଉଥିଲେ ବି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।
ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ପଦ ଖାଲି ଥିବା ବେଳେଏହା ଅଧୀନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଡାକ୍ତରରେ କାମ ଚାଲିଛି। ବାଣପୁରରେ ଶିଶୁରୋଗ, ଭେଷଜ, ସର୍ଜରୀ ଏବଂ ଆୟୁଷ ଡାକ୍ତର ପଦ ଖାଲି ଅଛି। ଏସବୁ ସିଏଚ୍‍ସି ଏବଂ ଉପ କେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ଲକ୍ଷଲକ୍ଷ ଲୋକ ନିର୍ଭରଶୀଳ। ହେଲେ କର୍ମଚାରୀ ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରି ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦା ପ୍ରବୋଧ ବିଶ୍ୱାଳ କହିଛନ୍ତି ଯେ ବାଣପୁର ଡାକ୍ତରଖାନା ନାହିଁ ନାହିଁରେ ଚାଲିଛି। ଅଧା ବିଭାଗରେ କର୍ମଚାରୀ ନାହାନ୍ତି। ଯାହା ଫଳରେ ଲୋକମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଜିଲ୍ଲା ପରିଷଦ ବୈଠକରେ ଏନେଇ ଜିଲ୍ଳାପାଳ ଓ ସିଡିଏମ୍‍ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ସୁଦ୍ଧା ସୁଫଳ ମିଳିନାହିଁ। ମେଡ଼ିକାଲ ପର୍ଯ୍ୟବେକ୍ଷକ ଡ଼ା. ରମାକାନ୍ତ ନାୟକ ମଧ୍ୟ ଏଥିନେଇ ଅସହାୟତା ପ୍ରକାଶ କରିଛନ୍ତି। ସେ ଆସିବା ପୂର୍ବରୁ ୨୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତର ଅନ୍ୟତ୍ର ଡ଼େପୁଟେସନରେ ପଳାଇଥିବା ସେ ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ସିଡିଏମ୍‍ଓ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ଏହି ଡ଼େପୁଟେସନ ତାଙ୍କ କାର୍ଯ୍ୟକାଳ ସମୟରେ ହୋଇ ନ ଥିବାରୁ ସେ ଏଥିନେଇ କିଛି କହିବା ଠିକ୍‍ ହେବ ନାହିଁ ବୋଲି କହିଛନ୍ତି। ଅପରପକ୍ଷେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ବିଜୟ ମହାପାତ୍ର କହିଛନ୍ତି, ନୂଆ ସ୍ଥାନରେ ନିଯୁକ୍ତି ପାଇବାର ଅନ୍ତତଃ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିୟମ ରହିଛି। ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପ୍ରକ୍ରିୟା ଅନୁସାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବଦଳି କରାଯାଇ ଥାଏ। ୨୦୧୯ ପରେ ବିଶେଷ ବଡ଼ ଧରଣର ଅଦଳ ବଦଳ ହୋଇ ନାହିଁ। ତେବେ ନିକଟରେ ନୂଆ ମେଡିକାଲ କଲେଜକୁ କିଛି ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ବାଣପୁର ଘଟଣାରେ ଅନୁସନ୍ଧାନ ପରେ କିଛି କୁହାଯାଇ ପାରିବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

କେବଳ ଖୋର୍ଦ୍ଧା ଜିଲ୍ଲାର ବାଣପୁର ନୁହେଁ; ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଜଗତସିଂହପୁର ଜିଲ୍ଲାରେ ଶତାଧିକ ଶିକ୍ଷକ ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରା କରି ନିଜ ସୁବିଧା ଅନୁସାରେ ଡ଼େପୁଟେସନରେ ଯାଇଥିବା ସୂଚନା ମିଳିଛି। ବିଡ଼ମ୍ବନା ହେଉଛି ଗୋଟିଏ ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍ଥାନକୁ ଡ଼େପୁଟେସନରେ ପଠାଯାଇ ସେହି ସ୍ଥାନକୁ ଅନ୍ୟ ସ୍ଥାନରୁ ଶିକ୍ଷକଙ୍କୁ ଡ଼େପୁଟେସନରେ ଆଣି ସ୍ଥାନ ଭରଣା କରାଯାଇଛି। ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଡାକ୍ତର, ଶିକ୍ଷକ ଓ ବିଭିନ୍ନ ବିଭାଗର ଯନ୍ତ୍ରୀ ଅନ୍ୟତ୍ର କାର୍ଯ୍ୟ କରୁଥିବା ସୂଚନା ମିଳିଛି। ତେଣୁ ରାଜ୍ୟ ସରକାର ଏ ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

24 May 2022 By The Sakala

https://www.thesakala.in/latest-odisha-news/doctors-and-health-workers-are-going-on-deputation-employment-in-rural-areas-but-working-in-the-city/article-11845
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର