ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହେବ କି ସମ୍ପୂର୍ଣ୍ଣ ଅନ୍‌ଲକ୍ ? କ’ଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଆସନ୍ତୁ ଜାଣିବା….

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟରେ ଆଂଶିକ ଲକଡାଉନ ହେବ କି ସମ୍ପୂର୍ଣ ଅନଲକ୍ ହେବ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ […]

ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟରେ ଆଂଶିକ ଲକଡାଉନ ହେବ କି ସମ୍ପୂର୍ଣ ଅନଲକ୍ ହେବ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେବ ୧୬ଶହରୁ ୧୭ଶହ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଵିଶେଷ ବଢ଼ି ନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୧୮ ଶହ ରହୁଛି । ଜାତୀୟ ହାର ତୁଳନାରେ ଆମ ସଂଖ୍ୟା ନଗଣ୍ୟ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

29 Jul 2021 By The Sakala

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହେବ କି ସମ୍ପୂର୍ଣ୍ଣ ଅନ୍‌ଲକ୍ ? କ’ଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଆସନ୍ତୁ ଜାଣିବା….

ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟରେ ଆଂଶିକ ଲକଡାଉନ ହେବ କି ସମ୍ପୂର୍ଣ ଅନଲକ୍ ହେବ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେବ ୧୬ଶହରୁ ୧୭ଶହ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଵିଶେଷ ବଢ଼ି ନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୧୮ ଶହ ରହୁଛି । ଜାତୀୟ ହାର ତୁଳନାରେ ଆମ ସଂଖ୍ୟା ନଗଣ୍ୟ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

https://www.thesakala.in/latest-odisha-news/dmet-director-cbk-mohanty-statement-on-unlock-odisha/article-4199
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର