ଆବଶ୍ଯକ ପଡ଼ିଲେ ଲକଡାଉନ- ଡିଏମ୍ଇଟି

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ମଧ୍ଯ ୧୦୦ ଟପିଥିବା ବେଳେ ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ଯସରକାର କରୋନା ସଂକ୍ରମଣକୁ ମାତ ଦେବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏ ନେଇ ଡିଏମ୍ଇଟି ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ସମସ୍ତଙ୍କୁ ସତର୍କ ରହିବା ସହ କୋଭିଡ଼ ନିୟମ ମାନିବା ଜରୁରୀ ବୋଲି କହିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି […]

ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ମଧ୍ଯ ୧୦୦ ଟପିଥିବା ବେଳେ ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ଯସରକାର କରୋନା ସଂକ୍ରମଣକୁ ମାତ ଦେବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏ ନେଇ ଡିଏମ୍ଇଟି ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ସମସ୍ତଙ୍କୁ ସତର୍କ ରହିବା ସହ କୋଭିଡ଼ ନିୟମ ମାନିବା ଜରୁରୀ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ; ଏକାଠି ହେବେ ୧୧ ଦେଶର ପ୍ରତିନିଧି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ସହର

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଗତ ଏକ ବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ । ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି । ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ। ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି। ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ ଡାଉନ କରାଯିବ। ହସ୍ପିଟାଲ ମୂଳ ଲକ୍ଷ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ ସଂଖ୍ୟା ବଢାଯିବ। ଏଥିରେ ଦ୍ବିମତ ନାହିଁ । ରାଜ୍ୟରେ ଲକ୍ ଡାଉନ ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ପଦକ୍ଷେପ ନେଉଛନ୍ତି, ହେଲେ ଲୋକମାନେ ଏହାକୁ ମାନିବା କଥା । ଲୋକ ନିଜେ ସମୀକ୍ଷା କରିବା କଥା, ଯେ ସେମାନେ କେତେ ପାଳୁଛନ୍ତି। କୋଭିଡ ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକିୟା, ଦରକାର ପଡିଲେ ଉଚ୍ଚ ସ୍ତରୀୟ ବୈଠକ ହେବ । ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ରୋକିବାର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଏସଆରସିଙ୍କ ଉପସ୍ଥିତରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

22 Mar 2021 By The Sakala

ଆବଶ୍ଯକ ପଡ଼ିଲେ ଲକଡାଉନ- ଡିଏମ୍ଇଟି

ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ମଧ୍ଯ ୧୦୦ ଟପିଥିବା ବେଳେ ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ଯସରକାର କରୋନା ସଂକ୍ରମଣକୁ ମାତ ଦେବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏ ନେଇ ଡିଏମ୍ଇଟି ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ସମସ୍ତଙ୍କୁ ସତର୍କ ରହିବା ସହ କୋଭିଡ଼ ନିୟମ ମାନିବା ଜରୁରୀ ବୋଲି କହିଛନ୍ତି ।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଗତ ଏକ ବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ । ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି । ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ। ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି। ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ ଡାଉନ କରାଯିବ। ହସ୍ପିଟାଲ ମୂଳ ଲକ୍ଷ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ ସଂଖ୍ୟା ବଢାଯିବ। ଏଥିରେ ଦ୍ବିମତ ନାହିଁ । ରାଜ୍ୟରେ ଲକ୍ ଡାଉନ ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ପଦକ୍ଷେପ ନେଉଛନ୍ତି, ହେଲେ ଲୋକମାନେ ଏହାକୁ ମାନିବା କଥା । ଲୋକ ନିଜେ ସମୀକ୍ଷା କରିବା କଥା, ଯେ ସେମାନେ କେତେ ପାଳୁଛନ୍ତି। କୋଭିଡ ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକିୟା, ଦରକାର ପଡିଲେ ଉଚ୍ଚ ସ୍ତରୀୟ ବୈଠକ ହେବ । ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ରୋକିବାର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଏସଆରସିଙ୍କ ଉପସ୍ଥିତରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର