ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଛାଡ଼ପତ୍ରପ୍ରାପ୍ତ ଝିଅଙ୍କୁ ମିଳିବ ପରିବାର ପେନ୍‌ସନ୍‌

Madhusudan Das Picture
Published On

କଟକ: ପେନସନ ପାଉଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ନିର୍ଭରଶୀଳ ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅ ପରିବାର ପେନସନ ପାଇବା ପାଇଁ ଯୋଗ୍ୟ ବୋଲି ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କେବଳ ଛାଡ଼ପତ୍ର ଡିଗ୍ରୀ ମିଳିବାରେ ବିଳମ୍ୱ ହେବା କାରଣରୁ ଜଣେ ଅସହାୟ ଝିଅକୁ ପରିବାର ପେନସନରୁ ବଞ୍ଚିତ କରାଯାଇପାରିବ ନାହିଁ। ଯଦି ଜଣେ ଝିଅ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଶାଶୁ ଘରୁ ବାହାରି ଆସି ନିଜ ବାପା-ମା’ଙ୍କ ଉପରେ ନିର୍ଭରଶୀଳ ଥିଲେ, ତେବେ ତାଙ୍କୁ ପେନସନ ପାଇବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ବିଶ୍ୱମିତ୍ରା ଧଳ ଏବଂ ଅନ୍ୟମାନଙ୍କ ତରଫରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏପରି ରାୟ ଦେଇଛନ୍ତି। ଏଥିସହ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ଆବେଦନକାରୀଙ୍କ ଦାବିପତ୍ର ଉପରେ ଜାରି ପ୍ରତ୍ୟାଖ୍ୟାନ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ବକେୟା ସହ ପରିବାର ପେନସନ ପ୍ରଦାନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ମାମଲାରୁ ପ୍ରକାଶ ଯେ, ଆବେଦନକାରୀଙ୍କ ପିତା କୃଷି ବିଭାଗରେ ଓଭରସିଅର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ତାଙ୍କର ମୃତ୍ୟ ତଥା ୨୦୧୧ ମସିହା ଡିସେମ୍ୱର୩୧ ପର୍ଯ୍ୟନ୍ତ ପେନସନ ପାଉଥିଲେ। ଏହାପରେ ଆବେଦନକାରୀଙ୍କ ମା' ୨୦୧୯ ମସିହା ଜୁନ ୯ପର୍ଯ୍ୟନ୍ତ ପରିବାର ପେନସନ ପାଇ ମୃତ୍ୟୁବରଣ କରିଥିଲେ। ଏହା ପରେ ଆବେଦନକାରୀ ତଥା ମୃତ କର୍ମଚାରୀଙ୍କ ଛାଡପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇଁ ଆବେଦନ କରିଥିଲେ ସୁଦ୍ଧା ଏହାକୁ ଖାରଜ କରାଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କର ଆବେଦନକୁ ଆକାଉଣ୍ଟାଣ୍ଟ ଜେନେରାଲ ଏହି ଆଧାରରେ ପ୍ରତ୍ୟାଖ୍ୟାନ କରିଥିଲେ ଯେ, ପେନସନଭୋଗୀ ବାପା ବା ମା’ଙ୍କ ମୃତ୍ୟୁ ବେଳକୁ ସେମାନଙ୍କ ପାଖରେ ବିଧିବଦ୍ଧ ଛାଡ଼ପତ୍ର ଡିଗ୍ରୀ ନଥିଲା। ତେଣୁ ସେମାନଙ୍କୁ “ନିର୍ଭରଶୀଳ’ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଯାଇଥିଲା।  ଆବେଦନକାରୀ ଦର୍ଶାଇଥିଲେ ଯେ ସେ ତାଙ୍କ ପିତାମାତାଙ୍କ ପେନସନ ଉପରେ ନିର୍ଭରଶୀଳ ଥିଲେ ଓ ୨୦୧୦ଡିସେମ୍ୱର୨୫ରୁ ପୈତୃକ ଘରେ ରହିଆସୁଥିଲେ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର