ବାତ୍ୟା ଅସାନି ପାଇଁ ଆଗୁଆ ପଦକ୍ଷେପ, ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲା ଏହି ଜିଲ୍ଲା ପ୍ରଶାସନ

The Sakala Picture
Published On

ମାଲକାନଗିରି: ବାତ୍ୟା ‘ଆସାନି’ର ମୁକାବିଲା କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ […]

ମାଲକାନଗିରି: ବାତ୍ୟା ‘ଆସାନି’ର ମୁକାବିଲା କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକମାନଙ୍କରେ ଅଫିସରମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରକଳ୍ପ ନିର୍ଦେଶକ, ଡ଼ିଆରଡିଏଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏସଆରସିଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍ କାଲିମେଳାରେ ସଜାଗ୍ ହୋଇ ରହିଥିବାବେଳେ ଆଉ ଏକ ଟିମ୍ ମାଲକାନଗିରି ହେଡକ୍ୱାର୍ଟରରେ ଜରୁରୀକାଳୀନ ଭାବେ ମୁତୟନ ହୋଇଛି । ତେବେ ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ମାଲକାନଗିରିରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଯୋଗୁଁ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

11 May 2022 By The Sakala

ବାତ୍ୟା ଅସାନି ପାଇଁ ଆଗୁଆ ପଦକ୍ଷେପ, ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲା ଏହି ଜିଲ୍ଲା ପ୍ରଶାସନ

ମାଲକାନଗିରି: ବାତ୍ୟା ‘ଆସାନି’ର ମୁକାବିଲା କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକମାନଙ୍କରେ ଅଫିସରମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକଳ୍ପ ନିର୍ଦେଶକ, ଡ଼ିଆରଡିଏଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏସଆରସିଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍ କାଲିମେଳାରେ ସଜାଗ୍ ହୋଇ ରହିଥିବାବେଳେ ଆଉ ଏକ ଟିମ୍ ମାଲକାନଗିରି ହେଡକ୍ୱାର୍ଟରରେ ଜରୁରୀକାଳୀନ ଭାବେ ମୁତୟନ ହୋଇଛି । ତେବେ ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ମାଲକାନଗିରିରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଯୋଗୁଁ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

https://www.thesakala.in/latest-odisha-news/district-administration-has-announced-that-all-educational-institutions-will-be-closed-in-anticipation-of-the-storm/article-11477
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର