ଅଣସେବାୟତ ପ୍ରବେଶକୁ ନେଇ ଲିଙ୍ଗରାଜ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ; ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

The Sakala Picture
Published On

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହ ପ୍ରଭୁ ଲିଙ୍ଗରାଜ ଉପାସରେ ଅଛନ୍ତି । କାଲି ପୂର୍ବାହ୍ନ ସାଢ଼େ ୧୦ରୁ ନୀତିକାନ୍ତି ବନ୍ଦ ରହିଛି । ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଥିଲା । ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା । ସୂଚନା ଅନୁସାରେ, ଗତକାଲି ସେବାୟତ […]

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହ ପ୍ରଭୁ ଲିଙ୍ଗରାଜ ଉପାସରେ ଅଛନ୍ତି । କାଲି ପୂର୍ବାହ୍ନ ସାଢ଼େ ୧୦ରୁ ନୀତିକାନ୍ତି ବନ୍ଦ ରହିଛି । ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଥିଲା । ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ସୂଚନା ଅନୁସାରେ, ଗତକାଲି ସେବାୟତ ବେଶରେ କପିଳେଶ୍ୱରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇଯାଇଥିଲା । ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ୁ ନିଯୋଗ ସଂପାଦକ କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ଭୋଗ ମଣ୍ଡପ ନୀତି ଚାଲୁଥିବା ବେଳେ ଏହି ବିଭ୍ରାଟ ଘଟିବାରୁ ପାଳିଆ ପୂଜାପଣ୍ଡା ଠାକୁରଙ୍କ ପୂଜା ବନ୍ଦ କରିଦେଇଥିଲେ ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

02 Jan 2023 By The Sakala

ଅଣସେବାୟତ ପ୍ରବେଶକୁ ନେଇ ଲିଙ୍ଗରାଜ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ; ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହ ପ୍ରଭୁ ଲିଙ୍ଗରାଜ ଉପାସରେ ଅଛନ୍ତି । କାଲି ପୂର୍ବାହ୍ନ ସାଢ଼େ ୧୦ରୁ ନୀତିକାନ୍ତି ବନ୍ଦ ରହିଛି । ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଥିଲା । ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ।

ସୂଚନା ଅନୁସାରେ, ଗତକାଲି ସେବାୟତ ବେଶରେ କପିଳେଶ୍ୱରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇଯାଇଥିଲା । ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ୁ ନିଯୋଗ ସଂପାଦକ କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ଭୋଗ ମଣ୍ଡପ ନୀତି ଚାଲୁଥିବା ବେଳେ ଏହି ବିଭ୍ରାଟ ଘଟିବାରୁ ପାଳିଆ ପୂଜାପଣ୍ଡା ଠାକୁରଙ୍କ ପୂଜା ବନ୍ଦ କରିଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର