ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି, ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବା ‘ମିଶନ ଶକ୍ତି’କୁ କବର ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କୁ ଲକ୍ଷପତି କରିବାକୁ ସ୍ୱପ୍ନ ଦେଖୁଛନ୍ତି । ମାତ୍ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି। ମହିଳା ବିରୋଧୀ ହିଂସା ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇଛି ଓ ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସାର ଲିଖିତ ଅଭିଯୋଗ […]

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବା ‘ମିଶନ ଶକ୍ତି’କୁ କବର ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କୁ ଲକ୍ଷପତି କରିବାକୁ ସ୍ୱପ୍ନ ଦେଖୁଛନ୍ତି । ମାତ୍ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି। ମହିଳା ବିରୋଧୀ ହିଂସା ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇଛି ଓ ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସାର ଲିଖିତ ଅଭିଯୋଗ ଆସିଛି। ଏହାମଧ୍ୟରେ ରହିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ପରି ସଙ୍ଗୀନ ଅପରାଧ। ଏହାବ୍ୟତୀତ ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହଶହ ମହିଳା ବିରୋଧୀ ହିଂସା ଲୋକଲୋଚନକୁ ଆସି ନ ପାରି ଭିତରେ ଭିତରେ ଚପି ଯାଉଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

କିଛି ବର୍ଷ ପୂର୍ବେ ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି କହି ସାରା ରାଜ୍ୟରେ ବିଜେପି ସତ୍ୟାଗ୍ରହ କରିଥିଲା। ଦଳର ନେତାମାନେ ରାଜରାସ୍ତାରେ ବୁକୁ ଫଟା ଚିକ୍ରାର କରୁଥିଲେ। ମାତ୍ର ବିଜେପି ସରକାରରେ ପୂର୍ବାପେକ୍ଷା ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି। ଗତ ୮ମାସର ବିଜେପି ଶାସନରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ରୁଜୁ ହୋଇଛି। ବାଲେଶ୍ୱରରୁ ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ପର୍ଯ୍ୟନ୍ତ ସବୁଠି ଅପରାଧୀ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଦଳିମନ୍ଥି ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବାଲେଶ୍ୱରର ସୋର ବ୍ଲକ୍‌ରେ ମହିଳାଙ୍କୁ ବଳାକ୍ରାର କରାଯାଇଛି। ଜଳେଶ୍ୱରରେ ୬୫ ବର୍ଷିୟ ମହିଳା ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି।ସେହି ଜିଲ୍ଲାରେ ଜଣେ ୧୦ ବର୍ଷିୟ ଝିଅକୁ ଧର୍ଷଣ ପରେ ହତ୍ୟା କରାଯାଇଛି। ଢେ଼ଙ୍କାନାଳ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଓ ବଲାଙ୍ଗିର ଜିଲ୍ଲାର ଖଇରାପଲ୍ଲୀରେ ଜଣେ ମହିଳାଙ୍କୁ ଗଣଧର୍ଷଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ବେତଡ଼ାରେ ମହିଳାଙ୍କୁ ଗଣଧର୍ଷଣ କରାଯିବା ସହ ତାଙ୍କ ୭ ବର୍ଷ ଝିଅକୁ ଅପରାଧୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଅପରାଧରେ ବିଜେପି ମଣ୍ଡଳ ସଭାପତି ଓ ତାଙ୍କର ଦୁଇ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ି ନଭେମ୍ବର ୬ ତାରିଖରେ ବଲାଙ୍ଗିରରେ ଜଣେ ମହିଳାଙ୍କୁ ବଳାକ୍ରାର କରିବା ପରେ ତାଙ୍କୁ ବିଷ୍ଠା ଖୁଆଯାଇଛି ଓ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଛି। ଏହାସହିତ ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକା, ରାଉରକେଲାରେ ମହିଳାଙ୍କୁ ଦୀର୍ଘଦିନ ଧରି ଗଣବଳାକ୍ରାର , ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗାଁରେ ନାବାଳିକାକୁ ବଳାକ୍ରାର, କଟକ ଜିଲ୍ଲାର ଇଟାଭାଟିରେ ନାବାଳିକାଙ୍କୁ ଗଣବଳାକ୍ରାର, ପିପିଲିରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ରାଜ୍ୟର ଆଇନ୍‌ ଶୃଙ୍ଖଳା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୮ ମାସ ଭିତରେ ୫୪ଟି ଧର୍ଷଣ, ହତ୍ୟା ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଚମ୍ପୁଆରେ ଜଣେ ୬ଷ୍ଠ ଶ୍ରେଣୀର କନ୍ୟାଶ୍ରମ ଛାତ୍ରୀ ଓ ତେଲକୋଇର ଆଶ୍ରମ ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତ ୨ ଛାତ୍ରୀ ଶିକ୍ଷକଙ୍କ ଅସଦାଚରଣରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅନେକ ଘଟଣାର ଉଦାହରଣ ଅଛି ଯେଉଁଠାରେ ଅତି ଜଘନ୍ୟ ଅପରାଧ ମାମଲା ଥାନାରେ ରୁଜୁ ହୋଇନାହିଁ। ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କୁ ୫ ହଜାର ଟଙ୍କା ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି । ଦଳର ନେତାମାନେ ‘ସୁଭଦ୍ରା’ ଯୋଜନା ସହାୟତାକୁ ଗେମ୍‌ ଚେଞ୍ଜର ବୋଲି ବାହୁନୁଛନ୍ତି । ମାତ୍ର ରାଜ୍ୟର କୋଣ ଅନୁକୋଣରେ ନିର୍ଯାତିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ମହିଳାମାନଙ୍କୁ ନ୍ୟାୟ ଦେବାକୁ ସରକାର କେତେ ତତ୍ପର ତାହା ରାଜ୍ୟର ଅପରାଧ ସୂଚୀ ବର୍ଣ୍ଣନା କରିଛି ।

08 Mar 2025 By The Sakala

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି, ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସା

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବା ‘ମିଶନ ଶକ୍ତି’କୁ କବର ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କୁ ଲକ୍ଷପତି କରିବାକୁ ସ୍ୱପ୍ନ ଦେଖୁଛନ୍ତି । ମାତ୍ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି। ମହିଳା ବିରୋଧୀ ହିଂସା ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇଛି ଓ ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସାର ଲିଖିତ ଅଭିଯୋଗ ଆସିଛି। ଏହାମଧ୍ୟରେ ରହିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ପରି ସଙ୍ଗୀନ ଅପରାଧ। ଏହାବ୍ୟତୀତ ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହଶହ ମହିଳା ବିରୋଧୀ ହିଂସା ଲୋକଲୋଚନକୁ ଆସି ନ ପାରି ଭିତରେ ଭିତରେ ଚପି ଯାଉଛି।

କିଛି ବର୍ଷ ପୂର୍ବେ ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି କହି ସାରା ରାଜ୍ୟରେ ବିଜେପି ସତ୍ୟାଗ୍ରହ କରିଥିଲା। ଦଳର ନେତାମାନେ ରାଜରାସ୍ତାରେ ବୁକୁ ଫଟା ଚିକ୍ରାର କରୁଥିଲେ। ମାତ୍ର ବିଜେପି ସରକାରରେ ପୂର୍ବାପେକ୍ଷା ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି। ଗତ ୮ମାସର ବିଜେପି ଶାସନରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ରୁଜୁ ହୋଇଛି। ବାଲେଶ୍ୱରରୁ ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ପର୍ଯ୍ୟନ୍ତ ସବୁଠି ଅପରାଧୀ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଦଳିମନ୍ଥି ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି ।

ବାଲେଶ୍ୱରର ସୋର ବ୍ଲକ୍‌ରେ ମହିଳାଙ୍କୁ ବଳାକ୍ରାର କରାଯାଇଛି। ଜଳେଶ୍ୱରରେ ୬୫ ବର୍ଷିୟ ମହିଳା ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି।ସେହି ଜିଲ୍ଲାରେ ଜଣେ ୧୦ ବର୍ଷିୟ ଝିଅକୁ ଧର୍ଷଣ ପରେ ହତ୍ୟା କରାଯାଇଛି। ଢେ଼ଙ୍କାନାଳ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଓ ବଲାଙ୍ଗିର ଜିଲ୍ଲାର ଖଇରାପଲ୍ଲୀରେ ଜଣେ ମହିଳାଙ୍କୁ ଗଣଧର୍ଷଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ବେତଡ଼ାରେ ମହିଳାଙ୍କୁ ଗଣଧର୍ଷଣ କରାଯିବା ସହ ତାଙ୍କ ୭ ବର୍ଷ ଝିଅକୁ ଅପରାଧୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଅପରାଧରେ ବିଜେପି ମଣ୍ଡଳ ସଭାପତି ଓ ତାଙ୍କର ଦୁଇ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ି ନଭେମ୍ବର ୬ ତାରିଖରେ ବଲାଙ୍ଗିରରେ ଜଣେ ମହିଳାଙ୍କୁ ବଳାକ୍ରାର କରିବା ପରେ ତାଙ୍କୁ ବିଷ୍ଠା ଖୁଆଯାଇଛି ଓ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଛି। ଏହାସହିତ ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକା, ରାଉରକେଲାରେ ମହିଳାଙ୍କୁ ଦୀର୍ଘଦିନ ଧରି ଗଣବଳାକ୍ରାର , ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗାଁରେ ନାବାଳିକାକୁ ବଳାକ୍ରାର, କଟକ ଜିଲ୍ଲାର ଇଟାଭାଟିରେ ନାବାଳିକାଙ୍କୁ ଗଣବଳାକ୍ରାର, ପିପିଲିରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ରାଜ୍ୟର ଆଇନ୍‌ ଶୃଙ୍ଖଳା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୮ ମାସ ଭିତରେ ୫୪ଟି ଧର୍ଷଣ, ହତ୍ୟା ମାମଲା ରୁଜୁ ହୋଇଛି।

ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଚମ୍ପୁଆରେ ଜଣେ ୬ଷ୍ଠ ଶ୍ରେଣୀର କନ୍ୟାଶ୍ରମ ଛାତ୍ରୀ ଓ ତେଲକୋଇର ଆଶ୍ରମ ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତ ୨ ଛାତ୍ରୀ ଶିକ୍ଷକଙ୍କ ଅସଦାଚରଣରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅନେକ ଘଟଣାର ଉଦାହରଣ ଅଛି ଯେଉଁଠାରେ ଅତି ଜଘନ୍ୟ ଅପରାଧ ମାମଲା ଥାନାରେ ରୁଜୁ ହୋଇନାହିଁ। ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କୁ ୫ ହଜାର ଟଙ୍କା ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି । ଦଳର ନେତାମାନେ ‘ସୁଭଦ୍ରା’ ଯୋଜନା ସହାୟତାକୁ ଗେମ୍‌ ଚେଞ୍ଜର ବୋଲି ବାହୁନୁଛନ୍ତି । ମାତ୍ର ରାଜ୍ୟର କୋଣ ଅନୁକୋଣରେ ନିର୍ଯାତିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ମହିଳାମାନଙ୍କୁ ନ୍ୟାୟ ଦେବାକୁ ସରକାର କେତେ ତତ୍ପର ତାହା ରାଜ୍ୟର ଅପରାଧ ସୂଚୀ ବର୍ଣ୍ଣନା କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର