ଡିଜିଟାଲ ଆରେଷ୍ଟ ନାଁ ପୂର୍ବତନ ନୌସେନା ଅଧିକାରୀଙ୍କୁ ଚୂନ ଲଗାଇଲେ ଅଦୃଶ୍ୟ ଠକ, ନେଇଗଲେ ୧ କୋଟି ୮ ଲକ୍ଷ ଟଙ୍କା…

The Sakala Picture
Published On

ଗଞ୍ଜାମ: ଗଞ୍ଜାମରେ ପୁଣି ଡିଜିଟାଲ ଆରେଷ୍ଟରେ ଠକେଇ । ପୂର୍ବତନ ନୌସେନା ଅଧିକାରୀଙ୍କ ଠାରୁ ଡିଜିଟାଲ ଆରେଷ୍ଟ କହି ଠକି ନେଲେ ୧ କୋଟି ୮ ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରର ଜଣେ ପୂର୍ବତନ ନୌସେନା ଅଧିକାରୀ । ସୂଚନା ଅନୁଯାୟୀ, ଗତ ୧୩ ତାରିଖ ଦିନ ବେହେରିନରୁ ଏକ ଫୋନ କଲ ଆସିଥିଲା ନୌସେନା ଅଧିକାରୀଙ୍କୁ । ଜଣେ ଦୁର୍ବୃତ୍ତ ନିଜକୁ ଇଆଇଡି ଅଫିସର […]

ଗଞ୍ଜାମ: ଗଞ୍ଜାମରେ ପୁଣି ଡିଜିଟାଲ ଆରେଷ୍ଟରେ ଠକେଇ । ପୂର୍ବତନ ନୌସେନା ଅଧିକାରୀଙ୍କ ଠାରୁ ଡିଜିଟାଲ ଆରେଷ୍ଟ କହି ଠକି ନେଲେ ୧ କୋଟି ୮ ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରର ଜଣେ ପୂର୍ବତନ ନୌସେନା ଅଧିକାରୀ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ସୂଚନା ଅନୁଯାୟୀ, ଗତ ୧୩ ତାରିଖ ଦିନ ବେହେରିନରୁ ଏକ ଫୋନ କଲ ଆସିଥିଲା ନୌସେନା ଅଧିକାରୀଙ୍କୁ । ଜଣେ ଦୁର୍ବୃତ୍ତ ନିଜକୁ ଇଆଇଡି ଅଫିସର କହି ନୌସେନା ଅଧିକାରୀଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ। ସମସ୍ତ ପ୍ରକାରର ତଥ୍ୟ ନୌସେନା ଅଧିକାରୀ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପ୍ରଦାନ କରିଥିଲେ । କିଛି ସମୟ ପରେ ଜଣେ ୱାଟସଆପରେ ଦୁବୃର୍ତ୍ତ ନୌସେନା ଅଧିକାରୀଙ୍କୁ ଫୋନ କରି ନିଜକୁ ଦିଲ୍ଲୀ ପୁଲିସର ପରିଚୟ ଦେଇଥିଲା ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ମନି ଲଣ୍ଡରିଂ ମାମଲାରେ ଆପଣଙ୍କ ନାମ ଅଛି ଆପଣ ଦିଲ୍ଲୀ ପୁଲିସ ଦ୍ବାରା ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି ନୌସେନା ଅଧିକାରୀଙ୍କୁ କହିଥିଲେ ଦୁବୃର୍ତ୍ତ । ଡିଜିଟାଲ ଆରେଷ୍ଟ କହି ନୌସେନା ଅଧିକାରୀଙ୍କୁ ୧ କୋଟି ୮ ଲକ୍ଷ ଟଙ୍କା ମାଗିଥିଲେ ଦୁବୃର୍ତ୍ତ ମାନେ । ଅନ୍ୟ କୌଣସି ଉପାୟ ନ ପାଇ ଦୁବୃର୍ତ୍ତକୁ ୧ କୋଟି ୮ ଲକ୍ଷ ଟଙ୍କା ଦେଇ ଦେଇଥିଲେ ନୌସେନା ଅଧିକାରୀ ।
ନିଜର ଇପିଏଫ ଓ ସେୟାର ମାର୍କେଟରେ ନିବେଶ କରିଥିବା ୧ କୋଟି ୮ ଲକ୍ଷ ଟଙ୍କା ଉଠାଇ ଦୁବୃର୍ତ୍ତଙ୍କୁ ଦେଇଥିଲେ ନୌସେନା ଅଧିକାରୀ । ନୌସେନା ଅଧିକାରୀ ଠକେଇର ଶୀକାର ହୋଇଥିବା ଜାଣି ପରେ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।

27 Feb 2025 By The Sakala

ଡିଜିଟାଲ ଆରେଷ୍ଟ ନାଁ ପୂର୍ବତନ ନୌସେନା ଅଧିକାରୀଙ୍କୁ ଚୂନ ଲଗାଇଲେ ଅଦୃଶ୍ୟ ଠକ, ନେଇଗଲେ ୧ କୋଟି ୮ ଲକ୍ଷ ଟଙ୍କା…

ଗଞ୍ଜାମ: ଗଞ୍ଜାମରେ ପୁଣି ଡିଜିଟାଲ ଆରେଷ୍ଟରେ ଠକେଇ । ପୂର୍ବତନ ନୌସେନା ଅଧିକାରୀଙ୍କ ଠାରୁ ଡିଜିଟାଲ ଆରେଷ୍ଟ କହି ଠକି ନେଲେ ୧ କୋଟି ୮ ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରର ଜଣେ ପୂର୍ବତନ ନୌସେନା ଅଧିକାରୀ ।

ସୂଚନା ଅନୁଯାୟୀ, ଗତ ୧୩ ତାରିଖ ଦିନ ବେହେରିନରୁ ଏକ ଫୋନ କଲ ଆସିଥିଲା ନୌସେନା ଅଧିକାରୀଙ୍କୁ । ଜଣେ ଦୁର୍ବୃତ୍ତ ନିଜକୁ ଇଆଇଡି ଅଫିସର କହି ନୌସେନା ଅଧିକାରୀଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ। ସମସ୍ତ ପ୍ରକାରର ତଥ୍ୟ ନୌସେନା ଅଧିକାରୀ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପ୍ରଦାନ କରିଥିଲେ । କିଛି ସମୟ ପରେ ଜଣେ ୱାଟସଆପରେ ଦୁବୃର୍ତ୍ତ ନୌସେନା ଅଧିକାରୀଙ୍କୁ ଫୋନ କରି ନିଜକୁ ଦିଲ୍ଲୀ ପୁଲିସର ପରିଚୟ ଦେଇଥିଲା ।

ମନି ଲଣ୍ଡରିଂ ମାମଲାରେ ଆପଣଙ୍କ ନାମ ଅଛି ଆପଣ ଦିଲ୍ଲୀ ପୁଲିସ ଦ୍ବାରା ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି ନୌସେନା ଅଧିକାରୀଙ୍କୁ କହିଥିଲେ ଦୁବୃର୍ତ୍ତ । ଡିଜିଟାଲ ଆରେଷ୍ଟ କହି ନୌସେନା ଅଧିକାରୀଙ୍କୁ ୧ କୋଟି ୮ ଲକ୍ଷ ଟଙ୍କା ମାଗିଥିଲେ ଦୁବୃର୍ତ୍ତ ମାନେ । ଅନ୍ୟ କୌଣସି ଉପାୟ ନ ପାଇ ଦୁବୃର୍ତ୍ତକୁ ୧ କୋଟି ୮ ଲକ୍ଷ ଟଙ୍କା ଦେଇ ଦେଇଥିଲେ ନୌସେନା ଅଧିକାରୀ ।
ନିଜର ଇପିଏଫ ଓ ସେୟାର ମାର୍କେଟରେ ନିବେଶ କରିଥିବା ୧ କୋଟି ୮ ଲକ୍ଷ ଟଙ୍କା ଉଠାଇ ଦୁବୃର୍ତ୍ତଙ୍କୁ ଦେଇଥିଲେ ନୌସେନା ଅଧିକାରୀ । ନୌସେନା ଅଧିକାରୀ ଠକେଇର ଶୀକାର ହୋଇଥିବା ଜାଣି ପରେ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର