ଦିଗପହଣ୍ଡି ଦୁର୍ଘଟଣା: OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱରରୁ ଉଠାଇନେଲା ପୋଲିସ

The Sakala Picture
Published On

ଦିଗପହଣ୍ଡି: ଦିଗପହଣ୍ଡି ବସ୍ ଦୁର୍ଘଟଣା ମାମଲା । ଭୁବନେଶ୍ୱରରୁ ବସ୍ ଡ୍ରାଇଭରକୁ ଉଠାଇନେଲା ପୋଲିସ । OSRTC ଡ୍ରାଇଭରକୁ ଉଠାଇନେଲା ଦିଗପହଣ୍ଡି ପୋଲିସ । ଭୁବନେଶ୍ୱର ଖଣ୍ଡଗିରି OSRTC ଡିପୋରେ ଥିଲା ଡ୍ରାଇଭର । ଖବର ପାଇ ଭରତପୁର ପୋଲିସ ସହାୟତାରେ ଉଠାଇନେଲା । ଦିଗପହଣ୍ଡିରେ ଗତକାଲି ବିଲମ୍ବିତ ରାତିରେ ଏକ କନ୍ୟା ଯାତ୍ରୀ ବସକୁ ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ପଚରାଉଚରା ପାଇଁ […]

ଦିଗପହଣ୍ଡି: ଦିଗପହଣ୍ଡି ବସ୍ ଦୁର୍ଘଟଣା ମାମଲା । ଭୁବନେଶ୍ୱରରୁ ବସ୍ ଡ୍ରାଇଭରକୁ ଉଠାଇନେଲା ପୋଲିସ । OSRTC ଡ୍ରାଇଭରକୁ ଉଠାଇନେଲା ଦିଗପହଣ୍ଡି ପୋଲିସ । ଭୁବନେଶ୍ୱର ଖଣ୍ଡଗିରି OSRTC ଡିପୋରେ ଥିଲା ଡ୍ରାଇଭର । ଖବର ପାଇ ଭରତପୁର ପୋଲିସ ସହାୟତାରେ ଉଠାଇନେଲା । ଦିଗପହଣ୍ଡିରେ ଗତକାଲି ବିଲମ୍ବିତ ରାତିରେ ଏକ କନ୍ୟା ଯାତ୍ରୀ ବସକୁ ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ପଚରାଉଚରା ପାଇଁ ଓଏସଆରଟିସି ବସ ଡ୍ରାଇଭରକୁ ଉଠାଇ ନେଇଛି ପୋଲିସ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଅନ୍ୟପଟେ ବସ୍ ଦୁର୍ଘଟଣା ନେଇ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ମିନି ବସର ନଥିଲା ପରମିଟ୍ । ୨୫ ବର୍ଷ ତଳର ପୁରୁଣା ଗାଡ଼ି ଗାଇଡଲାଇନର ଉଲ୍ଲଂଘନ କରି ଚାଲୁଥିଲା। ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା । ପୁରୁଣା ଗାଡ଼ି ଯୋଗୁଁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବସ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ବିନା ପରମିଟରେ ଚାଲୁଥିବା ଗାଡ଼ି ଉପରେ ନଜର ରଖିବା ସହ ଖୁବଶୀଘ୍ର ଆସିପାରେ ଗାଇଡଲାଇନ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର