‘ଡିଜିଟାଲ ଇଣ୍ଡିଆ’ର ବିକଳ ଚିତ୍ର : ମୁଣ୍ଡିଆ ଉପରେ ମୋବାଇଲ ନେଟ୍‌ୱର୍କ ଖୋଜା

The Sakala Picture
Published On

ବିଶୋଇ : ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ। ଅନ୍‍ଲାଇନ୍‍ ପାଠପଢ଼଼ା ନିମନ୍ତେ ମୋବାଇଲ ନେଟୱର୍କ ଖୋଜାପଡ଼ିଛି। ଏଥିପାଇଁ ପିଲାଙ୍କୁ ଗଛ ଓ ପାହାଡ଼ ଚଢ଼ିବାକୁ ପଡୁଛି। ବିପଦଜନକ ଭାବେ ଏଭଳି ପାଠପଢ଼଼ା ନେଇ ଅଭିଭାବକ ମହଲରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବଣପାହାଡ ଘେରା ନଙ୍ଗଳବେଣ୍ଟା-ପୋଖରିଆ ପଞ୍ଚାୟତର ୧୨ଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ମୋବାଇଲ ନେଟୱର୍କ। ନେଟୱର୍କ ଟିକିଏ ପାଇବା […]

ବିଶୋଇ : ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ। ଅନ୍‍ଲାଇନ୍‍ ପାଠପଢ଼଼ା ନିମନ୍ତେ ମୋବାଇଲ ନେଟୱର୍କ ଖୋଜାପଡ଼ିଛି। ଏଥିପାଇଁ ପିଲାଙ୍କୁ ଗଛ ଓ ପାହାଡ଼ ଚଢ଼ିବାକୁ ପଡୁଛି। ବିପଦଜନକ ଭାବେ ଏଭଳି ପାଠପଢ଼଼ା ନେଇ ଅଭିଭାବକ ମହଲରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବଣପାହାଡ ଘେରା ନଙ୍ଗଳବେଣ୍ଟା-ପୋଖରିଆ ପଞ୍ଚାୟତର ୧୨ଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ମୋବାଇଲ ନେଟୱର୍କ। ନେଟୱର୍କ ଟିକିଏ ପାଇବା ଲାଗି ଗଛ ଓ ପାହାଡ଼ ସାଜିଛି ସାହାରା। ଗାଁର ଅଳ୍ପ କେତେକ ଉଚ୍ଚ ସ୍ଥାନରେ ବେଳେବେଳେ ଟାୱାର ମିଳେ। ଆଉ ଟାୱାର ନ ଥିବାରୁ କିଏ ମୋବାଇଲ ଧରି ଗଛ ଉପରେ ତ ଆଉ କିଏ ମୋବାଇଲ ଧରି ଘର ଛାତ ଉପରେ ଘୂରିବୁଲୁଛି। ନେଟୱାର୍କ ନ ଥିବାରୁ ସମ୍ପ୍ରତି ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢ଼ିବାରେ ହଇରାଣ ହେଉଛନ୍ତି। କେତେଜଣ ମେଧାବୀ ଛାତ୍ରଛାତ୍ରୀ ଅନ୍ୟ ଉପାୟ ନ ପାଇ ଗାଁରୁ ଏକ କିଲୋମିଟର ଦୂରକୁ ଯାଇ ଉଚ୍ଚ ଚଟାଣ ଓ ପାହାଡ଼ ଉପରେ ନେଟୱର୍କ ଖୋଜିବାକୁ ପ୍ରୟାସ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଏପରିକି ମୋବାଇଲ ନେଟୱର୍କ ଆସୁନଥିବାରୁ ଜରୁରୀକାଳୀନ ଦମକଳ ଓ ଆମ୍ୱୁଲାନ୍ସ ସୁବିଧା ଏଠି ଅପହଞ୍ଚ। ଆଉ କ୍ୟାସଲେସ ନେଣଦେଣ, ଅନଲାଇନ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଇ-ସେବା ସ୍ୱପ୍ନ ଭଳି। ଟାୱାର ବସାଇବା ଲାଗି ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ମଧ୍ୟ ଜଣାଇଛନ୍ତି ହେଲେ ସେମାନଙ୍କ କଥା କେହି ଶୁଣୁନଥିବା କହିଛନ୍ତି ଗାଁ ଲୋକେ। ଆଦିବାସୀଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତା’ର ବାସ୍ତବ ଚିତ୍ର ବଖାଣୁଛି ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତ। ସରକାର ଡିଜିଟାଲ ଭାରତ ଘୋଷଣା କରିଥିଲେ ହେଁ ଆଦିବାସୀ ଗାଁଗୁଡିକରେ ଏଯାଏଁ ମୋବାଇଲ ସେବା ନ ପହଞ୍ଚିବା ବିଡ଼ମ୍ୱନାର ବିଷୟ। ଆଧୁନିକୀକରଣର ଦ୍ୱାହି ଦେଇ ସରକାରଙ୍କ ‘ଡିଜିଟାଲ ଭାରତ’ର ପ୍ରଚାର ପ୍ରସାର ଫେଲ ମାରିଛି ବୋଲି ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଅବସ୍ଥିତ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼େ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

28 Jun 2021 By The Sakala

‘ଡିଜିଟାଲ ଇଣ୍ଡିଆ’ର ବିକଳ ଚିତ୍ର : ମୁଣ୍ଡିଆ ଉପରେ ମୋବାଇଲ ନେଟ୍‌ୱର୍କ ଖୋଜା

ବିଶୋଇ : ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ। ଅନ୍‍ଲାଇନ୍‍ ପାଠପଢ଼଼ା ନିମନ୍ତେ ମୋବାଇଲ ନେଟୱର୍କ ଖୋଜାପଡ଼ିଛି। ଏଥିପାଇଁ ପିଲାଙ୍କୁ ଗଛ ଓ ପାହାଡ଼ ଚଢ଼ିବାକୁ ପଡୁଛି। ବିପଦଜନକ ଭାବେ ଏଭଳି ପାଠପଢ଼଼ା ନେଇ ଅଭିଭାବକ ମହଲରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବଣପାହାଡ ଘେରା ନଙ୍ଗଳବେଣ୍ଟା-ପୋଖରିଆ ପଞ୍ଚାୟତର ୧୨ଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ମୋବାଇଲ ନେଟୱର୍କ। ନେଟୱର୍କ ଟିକିଏ ପାଇବା ଲାଗି ଗଛ ଓ ପାହାଡ଼ ସାଜିଛି ସାହାରା। ଗାଁର ଅଳ୍ପ କେତେକ ଉଚ୍ଚ ସ୍ଥାନରେ ବେଳେବେଳେ ଟାୱାର ମିଳେ। ଆଉ ଟାୱାର ନ ଥିବାରୁ କିଏ ମୋବାଇଲ ଧରି ଗଛ ଉପରେ ତ ଆଉ କିଏ ମୋବାଇଲ ଧରି ଘର ଛାତ ଉପରେ ଘୂରିବୁଲୁଛି। ନେଟୱାର୍କ ନ ଥିବାରୁ ସମ୍ପ୍ରତି ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢ଼ିବାରେ ହଇରାଣ ହେଉଛନ୍ତି। କେତେଜଣ ମେଧାବୀ ଛାତ୍ରଛାତ୍ରୀ ଅନ୍ୟ ଉପାୟ ନ ପାଇ ଗାଁରୁ ଏକ କିଲୋମିଟର ଦୂରକୁ ଯାଇ ଉଚ୍ଚ ଚଟାଣ ଓ ପାହାଡ଼ ଉପରେ ନେଟୱର୍କ ଖୋଜିବାକୁ ପ୍ରୟାସ କରୁଛନ୍ତି।

ଏପରିକି ମୋବାଇଲ ନେଟୱର୍କ ଆସୁନଥିବାରୁ ଜରୁରୀକାଳୀନ ଦମକଳ ଓ ଆମ୍ୱୁଲାନ୍ସ ସୁବିଧା ଏଠି ଅପହଞ୍ଚ। ଆଉ କ୍ୟାସଲେସ ନେଣଦେଣ, ଅନଲାଇନ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଇ-ସେବା ସ୍ୱପ୍ନ ଭଳି। ଟାୱାର ବସାଇବା ଲାଗି ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ମଧ୍ୟ ଜଣାଇଛନ୍ତି ହେଲେ ସେମାନଙ୍କ କଥା କେହି ଶୁଣୁନଥିବା କହିଛନ୍ତି ଗାଁ ଲୋକେ। ଆଦିବାସୀଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତା’ର ବାସ୍ତବ ଚିତ୍ର ବଖାଣୁଛି ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତ। ସରକାର ଡିଜିଟାଲ ଭାରତ ଘୋଷଣା କରିଥିଲେ ହେଁ ଆଦିବାସୀ ଗାଁଗୁଡିକରେ ଏଯାଏଁ ମୋବାଇଲ ସେବା ନ ପହଞ୍ଚିବା ବିଡ଼ମ୍ୱନାର ବିଷୟ। ଆଧୁନିକୀକରଣର ଦ୍ୱାହି ଦେଇ ସରକାରଙ୍କ ‘ଡିଜିଟାଲ ଭାରତ’ର ପ୍ରଚାର ପ୍ରସାର ଫେଲ ମାରିଛି ବୋଲି ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଅବସ୍ଥିତ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼େ।

https://www.thesakala.in/latest-odisha-news/difficult-image-of-digital-india-search-for-mobile-network-on-mundia/article-3289
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର