ବିଧାନସଭାରେ ଭିନ୍ନ ଦୃଶ୍ୟ: ଘଣ୍ଟ ବାଡ଼େଇ ଗିନି ଓ ଶାହାନାଇ ବଜାଇ କଂଗ୍ରେସର ପ୍ରତିବାଦ

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ଭିନ୍ନ ଦୃଶ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ଆଜି ଗୃହରେ ଘଣ୍ଟ, ଶାହାନାଇ, ଗିନି ଓ ବଇଁଶୀ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ କଂଗ୍ରେସ ସଦସ୍ୟ । ବିଜେଡ଼ି ମଧ୍ଯ ବିରୋଧୀଙ୍କ ଲାଇଭ୍ ଭିଜୁଆଲ ନ ଦିଆଯାଉଥିବା ଅଭିଯୋଗରେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲା। ପରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି […]

ଭୁବନେଶ୍ବର: ବିଧାନସଭାରେ ଭିନ୍ନ ଦୃଶ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ଆଜି ଗୃହରେ ଘଣ୍ଟ, ଶାହାନାଇ, ଗିନି ଓ ବଇଁଶୀ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ କଂଗ୍ରେସ ସଦସ୍ୟ । ବିଜେଡ଼ି ମଧ୍ଯ ବିରୋଧୀଙ୍କ ଲାଇଭ୍ ଭିଜୁଆଲ ନ ଦିଆଯାଉଥିବା ଅଭିଯୋଗରେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲା। ପରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଖବର ଅନୁଯାୟୀ, ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ସଂକ୍ରାନ୍ତରେ ଗୃହ କମିଟି ଗଠନ ନିମନ୍ତେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଦିନଠାରୁ ଦାବି କରି ଆସୁଛି କଂଗ୍ରେସ। ମାତ୍ର ଏଥିନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗତକାଲି କଂଗ୍ରେସ ସଦସ୍ୟମାନେ ଶୁଷୁରି (ହୁଇସିଲ୍‌) ଫୁଙ୍କି ଅଭିନବ ଭାବରେ ପ୍ରତିବାଦ କରିଥିଲେ। କୁମ୍ଭକର୍ଣ୍ଣ ନିଦରୁ ସରକାରଙ୍କୁ ଉଠାଇବା ପାଇଁ ଦଳ ଶୁଷୁରି ମାରିବାକୁ ବାଧ୍ୟ ହୋଇଛି ବୋଲି କଂଗ୍ରେସ ସଦସ୍ୟମାନେ କହିଥିଲେ। ଏହାଦ୍ୱାରା ସରକାର ଜାଗ୍ରତ ହେବେ ଏବଂ ନିର୍ଯାତିତ ମହିଳାମାନଙ୍କୁ ନ୍ୟାୟ ଦେବେ। ସରକାର ବର୍ତ୍ତମାନ ଶାସନରେ ମସଗୁଲ ହୋଇଛନ୍ତି, କ୍ଷମତା ପାଇ ଅନ୍ଧ ପାଲଟି ଯାଇଛନ୍ତି। ସେଥିପାଇଁ ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ନିର୍ଯାତନା ସେମାନଙ୍କୁ ଦେଖା ଯାଉନାହିଁ। ସରକାର ଶୁଣନ୍ତୁ କି ନଶୁଣନ୍ତୁ, ଆମେ ଆମର ପ୍ରତିବାଦ ଜାରି ରଖିବୁ। ଯେପର୍ଯ୍ୟନ୍ତ ବିଧାନସଭା ଗୃହ କମିଟି ଗଠନ ନ ହୋଇଛି, ସେପର୍ଯ୍ୟନ୍ତ ଆମର ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

21 Mar 2025 By The Sakala

ବିଧାନସଭାରେ ଭିନ୍ନ ଦୃଶ୍ୟ: ଘଣ୍ଟ ବାଡ଼େଇ ଗିନି ଓ ଶାହାନାଇ ବଜାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ବିଧାନସଭାରେ ଭିନ୍ନ ଦୃଶ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ଆଜି ଗୃହରେ ଘଣ୍ଟ, ଶାହାନାଇ, ଗିନି ଓ ବଇଁଶୀ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ କଂଗ୍ରେସ ସଦସ୍ୟ । ବିଜେଡ଼ି ମଧ୍ଯ ବିରୋଧୀଙ୍କ ଲାଇଭ୍ ଭିଜୁଆଲ ନ ଦିଆଯାଉଥିବା ଅଭିଯୋଗରେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲା। ପରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।

ଖବର ଅନୁଯାୟୀ, ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ସଂକ୍ରାନ୍ତରେ ଗୃହ କମିଟି ଗଠନ ନିମନ୍ତେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଦିନଠାରୁ ଦାବି କରି ଆସୁଛି କଂଗ୍ରେସ। ମାତ୍ର ଏଥିନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗତକାଲି କଂଗ୍ରେସ ସଦସ୍ୟମାନେ ଶୁଷୁରି (ହୁଇସିଲ୍‌) ଫୁଙ୍କି ଅଭିନବ ଭାବରେ ପ୍ରତିବାଦ କରିଥିଲେ। କୁମ୍ଭକର୍ଣ୍ଣ ନିଦରୁ ସରକାରଙ୍କୁ ଉଠାଇବା ପାଇଁ ଦଳ ଶୁଷୁରି ମାରିବାକୁ ବାଧ୍ୟ ହୋଇଛି ବୋଲି କଂଗ୍ରେସ ସଦସ୍ୟମାନେ କହିଥିଲେ। ଏହାଦ୍ୱାରା ସରକାର ଜାଗ୍ରତ ହେବେ ଏବଂ ନିର୍ଯାତିତ ମହିଳାମାନଙ୍କୁ ନ୍ୟାୟ ଦେବେ। ସରକାର ବର୍ତ୍ତମାନ ଶାସନରେ ମସଗୁଲ ହୋଇଛନ୍ତି, କ୍ଷମତା ପାଇ ଅନ୍ଧ ପାଲଟି ଯାଇଛନ୍ତି। ସେଥିପାଇଁ ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ନିର୍ଯାତନା ସେମାନଙ୍କୁ ଦେଖା ଯାଉନାହିଁ। ସରକାର ଶୁଣନ୍ତୁ କି ନଶୁଣନ୍ତୁ, ଆମେ ଆମର ପ୍ରତିବାଦ ଜାରି ରଖିବୁ। ଯେପର୍ଯ୍ୟନ୍ତ ବିଧାନସଭା ଗୃହ କମିଟି ଗଠନ ନ ହୋଇଛି, ସେପର୍ଯ୍ୟନ୍ତ ଆମର ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର