ଫିଟିଲା ହତ୍ୟାକାରୀ ବାବାଙ୍କ ଗୁମର; ପତ୍ନୀଙ୍କୁ ହତ୍ୟା କରି ମହନ୍ତ ସାଜିଥିଲେ ଅଭିଯୁକ୍ତ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା । ପତ୍ନୀଙ୍କୁ ମାରି ପୁଲିସ ନଜରରୁ ବଞ୍ଚିବା ପାଇଁ ବନିଥିଲେ ବାବା । ଭୁବନରେ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଉଦ୍ଧବ ପାତ୍ରଙ୍କୁ ହତ୍ୟା କରିଥିବା ନେଇ ମହନ୍ତ ଦାଶରଥି ବେହେରା ପୋଲିସ ଆଗରେ ସ୍ୱୀକାର କରିଛି । ଅଭିଯୁକ୍ତ ମହନ୍ତ ଦାଶରଥୀ ଉପାସକ ହେବା ପୂର୍ବରୁ ଜଣେ ହତ୍ୟାକାରୀ ଥିବା ଜାଣିବାକୁ ପାଇଛି ପୋଲିସ […]

ଢେଙ୍କାନାଳ: ଢେଙ୍କାନାଳ ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା । ପତ୍ନୀଙ୍କୁ ମାରି ପୁଲିସ ନଜରରୁ ବଞ୍ଚିବା ପାଇଁ ବନିଥିଲେ ବାବା । ଭୁବନରେ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଉଦ୍ଧବ ପାତ୍ରଙ୍କୁ ହତ୍ୟା କରିଥିବା ନେଇ ମହନ୍ତ ଦାଶରଥି ବେହେରା ପୋଲିସ ଆଗରେ ସ୍ୱୀକାର କରିଛି । ଅଭିଯୁକ୍ତ ମହନ୍ତ ଦାଶରଥୀ ଉପାସକ ହେବା ପୂର୍ବରୁ ଜଣେ ହତ୍ୟାକାରୀ ଥିବା ଜାଣିବାକୁ ପାଇଛି ପୋଲିସ । ଦାଶରଥୀଙ୍କ ଘର ଭୁବନ ବ୍ଲକ ଅଁଳାଝରୀରେ । ସେ ନୂଆପଡା ଜିଲ୍ଲାରେ ଗୁପଚୁପ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲା ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

୧୯୯୨ରେ ଦାଶରଥି ଜଣେ ମହିଳାଙ୍କୁ ବିବାହ କରିଥିଲା । ହେଲେ କିଛି ବର୍ଷ ପରେ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ୨୦୦୭ରେ ସେ ଆଉ ଜଣେ ମହିଳାଙ୍କୁ ନିଜର ଜୀବନସାଥୀ ରୂପେ ବାଛିଥିଲା । ତେବେ କୌଣସି କାରଣରୁ ଦ୍ୱିତୀୟ ସ୍ତ୍ରୀଙ୍କ ସହିତ ଦାଶରଥିଙ୍କ ପ୍ରତିଦିନ ଝଗଡା ହୋଇ ଆସୁଥିଲା । ଏହାସହ ସେ ନିଜର ଦ୍ୱିତୀୟ ପତ୍ନୀକୁ ହତ୍ୟା କରିଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ସେବେଠାରୁ ନାଁ ବଦଳାଇ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ମହନ୍ତ ଭାବେ ରହୁଥିଲା ଦାଶରଥୀ । ହେଲେ ମଠରେ ମଦ ପିଇବା ସହ ମହନ୍ତଙ୍କ ସହ ଝଗଡ଼ା କରୁଥିଲା ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଏପରିକି ଉଦ୍ଧବ ଚପଲ ପିନ୍ଧି ମଠ ଭିତରକୁ ନ ଆସିବା ପାଇଁ ମହନ୍ତ ତାଙ୍କୁ ବାରଣ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉଦ୍ଧବଙ୍କୁ ମୁଣ୍ଡକୁ ଏକ ଫୁଙ୍କନଳରେ ଶକ୍ତ ପ୍ରହାର ଦେଇଥିଲା ଦାଶରଥୀ । ଆଉ ଘଟଣାସ୍ଥଳରେ ଉଦ୍ଧବଙ୍କର ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର