ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ମାଫିଆ ଗିରଫ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଲୋଧଣୀ ଗାଁର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୁରେଶ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଲୋଧଣୀ ଗାଁର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୁରେଶ ବେହେରା ଏବଂ ରୋଡ଼ ଗାଁର ପାଣ୍ଡବ ପୃଷ୍ଟି । ପାଣ୍ଡବ ନିଜେ ନକଲି ବିଦେଶୀ ମଦ ତିଆରି କରି ଅନ୍ତର୍ଯ୍ୟାମୀକୁ ନକଲି ମଦ ଯୋଗାଇ ଆସୁଥିଲା । ପାଣ୍ଡବ ନକଲି ମଦ ତିଆରି କରି ଅଞ୍ଚଳରେ ବିଭିନ୍ନ ଅସାଧୁ ବ୍ୟବସାୟୀକୁ ଯୋଗାଇ ଆସୁଥିବା ଅବକାରୀ ପକ୍ଷରୁ ସୂଚନା ମିଳିଛି ।ସେହିପରି ଲୋଧଣୀ ଗାଁର ସୁରେଶ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ପୋଲିସ । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

16 Oct 2022 By The Sakala

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ମାଫିଆ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଲୋଧଣୀ ଗାଁର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୁରେଶ ବେହେରା ଏବଂ ରୋଡ଼ ଗାଁର ପାଣ୍ଡବ ପୃଷ୍ଟି । ପାଣ୍ଡବ ନିଜେ ନକଲି ବିଦେଶୀ ମଦ ତିଆରି କରି ଅନ୍ତର୍ଯ୍ୟାମୀକୁ ନକଲି ମଦ ଯୋଗାଇ ଆସୁଥିଲା । ପାଣ୍ଡବ ନକଲି ମଦ ତିଆରି କରି ଅଞ୍ଚଳରେ ବିଭିନ୍ନ ଅସାଧୁ ବ୍ୟବସାୟୀକୁ ଯୋଗାଇ ଆସୁଥିବା ଅବକାରୀ ପକ୍ଷରୁ ସୂଚନା ମିଳିଛି ।ସେହିପରି ଲୋଧଣୀ ଗାଁର ସୁରେଶ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ପୋଲିସ । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର