ବିଦ୍ୟୁତ ସର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ଦୁଇ ବଖରା ଘର ପୋଡ଼ି ପାଉଁଶ
କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରପଶି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ବାପ, ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଓ ପୁଅ ରାଜେଶ ନାୟକ । ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି […]
କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରପଶି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ବାପ, ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଓ ପୁଅ ରାଜେଶ ନାୟକ । ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର, ଧାନ ଓ ଚାଉଳ ସହ ଆବଶ୍ୟକ କାଗଜ ପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଘବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।