ବୋମା ଓ ଗୁଳିରେ ଗର୍ଜିଲା କାମାକ୍ଷାନଗର: ୧ମୃତ ଓ ୨ ଗୁରୁତର

The Sakala Picture
Published On

କାମାକ୍ଷାନଗର: ବୋମା ଆଉ ଗୁଳିରେ ଥରିଲା କାମାକ୍ଷାନଗର ସହର । ବୁଧବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୬ ରାଉଣ୍ଡ ଗୁଳି ଆଉ ବୋମା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର। ୨ଜଣ ଗୁରୁତର ହେଲେ ସେହି ସହିର ଆକାଶ ନାୟକ ଏବଂ ରାଜକିଶୋର ନାୟକ। ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା […]

କାମାକ୍ଷାନଗର: ବୋମା ଆଉ ଗୁଳିରେ ଥରିଲା କାମାକ୍ଷାନଗର ସହର । ବୁଧବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୬ ରାଉଣ୍ଡ ଗୁଳି ଆଉ ବୋମା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର। ୨ଜଣ ଗୁରୁତର ହେଲେ ସେହି ସହିର ଆକାଶ ନାୟକ ଏବଂ ରାଜକିଶୋର ନାୟକ। ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟେଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ତେବେ ତୋଫାନଙ୍କର ଆଜି କଟକ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....

ଗୁଳି ଓ ବୋମା ମାଡ଼ ପକୃତ କାରଣ ଜଣାପଡିନାହିଁ । ତେବେ କିଏ ଏପରି ଗୁଳି ଓ ବୋମା ମାଡ଼ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଅନ୍ଧକାର ରାତିରେ ଘଟିଛି ଏଭଳି ରକ୍ତ ରଞ୍ଜିତ ଘଟଣା । ଏକ ଗାଡି ଉପରକୁ ୬ ରାଉଣ୍ଡ ଗୁଳି ସହ ବୋମା ମାଡ଼ ହୋଇଛି । ଗୁରୁତର ଆହତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟେଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp