ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ

The Sakala Picture
Published On

ଢେଙ୍କାନାଳ: କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ବ୍ରିଜ ତଳକୁ ଖସି ପଡ଼ିଥିଲା । କିଟି କିଟି ଅନ୍ଧକାରରେ ଦୁର୍ଘଟଣା ଗ୍ରସ୍ତ ଗାଡିର ଲାଇଟ ଜଳୁଥିବା ନେଇ ସ୍ଥାନୀୟ ଲୋକମାନେ କାମାକ୍ଷାନଗର ଅଗ୍ନିଶମ ବାହିନୀ […]

ଢେଙ୍କାନାଳ: କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ବ୍ରିଜ ତଳକୁ ଖସି ପଡ଼ିଥିଲା । କିଟି କିଟି ଅନ୍ଧକାରରେ ଦୁର୍ଘଟଣା ଗ୍ରସ୍ତ ଗାଡିର ଲାଇଟ ଜଳୁଥିବା ନେଇ ସ୍ଥାନୀୟ ଲୋକମାନେ କାମାକ୍ଷାନଗର ଅଗ୍ନିଶମ ବାହିନୀ ସହାୟତାରେ ଯାତ୍ରୀ ମାନଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ଯାତ୍ରୀଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

16 Aug 2022 By The Sakala

ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ

ଢେଙ୍କାନାଳ: କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ବ୍ରିଜ ତଳକୁ ଖସି ପଡ଼ିଥିଲା । କିଟି କିଟି ଅନ୍ଧକାରରେ ଦୁର୍ଘଟଣା ଗ୍ରସ୍ତ ଗାଡିର ଲାଇଟ ଜଳୁଥିବା ନେଇ ସ୍ଥାନୀୟ ଲୋକମାନେ କାମାକ୍ଷାନଗର ଅଗ୍ନିଶମ ବାହିନୀ ସହାୟତାରେ ଯାତ୍ରୀ ମାନଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ଯାତ୍ରୀଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

https://www.thesakala.in/latest-odisha-news/dhenkanal/pickup-van-fell-down-from-the-bridge-in-kamakhyanagar/article-14169
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର