ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ; ସକାଳ ୮ରୁ ଭୋଟ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି

The Sakala Picture
Published On

ଭଦ୍ରକ: କାଲି ଆସିବ ଧାମନଗର ଉପନିର୍ବାଚନର ରାୟ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ରହିଛି ଅପେକ୍ଷା । ଉପନିର୍ବାଚନ ଭୋଟ ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ […]

ଭଦ୍ରକ: କାଲି ଆସିବ ଧାମନଗର ଉପନିର୍ବାଚନର ରାୟ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ରହିଛି ଅପେକ୍ଷା । ଉପନିର୍ବାଚନ ଭୋଟ ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ପ୍ରଥମେ ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ଅର୍ଦ୍ଧ ସାମରିକ ବଳ, ଦ୍ଵିତୀୟରେ ଓଡ଼ିଶା ପୋଲିସ ସୁରକ୍ଷା ବଳ ଓ ତୃତୀୟ ସ୍ତରରେ ଓଡ଼ିଶା ପୋଲିସ ଜଗିବେ । ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଓ ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ତେବେ ଜିଲ୍ଲା ସଂସ୍କୃତି ଭବନ ଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେସ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା । ଭୋଟ ଗଣତି ଦିନ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ଼ ଫୋର୍ସ ମୁତୟନ ହେବେ । ସେହିପରି ୧ ପ୍ଲାଟୁନ CRPF ଯବାନ ମୁତୟନ ହେବେ । ଭୋଟ ଗଣତି କେନ୍ଦ୍ରର 100 ମିଟର ଦୂରରେ ଗାଡି ପାର୍କିଂ ହେବ । ଯେଉଁ ମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କ ଠାରୁ ପାଈଥିବେ ସେହିମାନେ କେବଳ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଏସପି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

05 Nov 2022 By The Sakala

ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ; ସକାଳ ୮ରୁ ଭୋଟ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି

ଭଦ୍ରକ: କାଲି ଆସିବ ଧାମନଗର ଉପନିର୍ବାଚନର ରାୟ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ରହିଛି ଅପେକ୍ଷା । ଉପନିର୍ବାଚନ ଭୋଟ ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ପ୍ରଥମେ ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ଅର୍ଦ୍ଧ ସାମରିକ ବଳ, ଦ୍ଵିତୀୟରେ ଓଡ଼ିଶା ପୋଲିସ ସୁରକ୍ଷା ବଳ ଓ ତୃତୀୟ ସ୍ତରରେ ଓଡ଼ିଶା ପୋଲିସ ଜଗିବେ । ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଓ ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ ।

ତେବେ ଜିଲ୍ଲା ସଂସ୍କୃତି ଭବନ ଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେସ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା । ଭୋଟ ଗଣତି ଦିନ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ଼ ଫୋର୍ସ ମୁତୟନ ହେବେ । ସେହିପରି ୧ ପ୍ଲାଟୁନ CRPF ଯବାନ ମୁତୟନ ହେବେ । ଭୋଟ ଗଣତି କେନ୍ଦ୍ରର 100 ମିଟର ଦୂରରେ ଗାଡି ପାର୍କିଂ ହେବ । ଯେଉଁ ମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କ ଠାରୁ ପାଈଥିବେ ସେହିମାନେ କେବଳ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଏସପି କହିଛନ୍ତି ।

https://www.thesakala.in/latest-odisha-news/dhamanagar-by-election-vote-counting-will-begin-tommorow-at-8am/article-16314
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର