ପୋଲର ନିରାପତ୍ତା ଯାଞ୍ଚ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ

The Sakala Picture
Published On

ଆଠଗଡ: ମରାମତି କାର୍ଯ୍ୟ ପାଇଁ ଦିନଟିଏ ବନ୍ଦ ରହିବ ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲ। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାରଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ। ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ ସ୍ଥାନୀୟ ପ୍ରଶାସନ । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ […]

ଆଠଗଡ: ମରାମତି କାର୍ଯ୍ୟ ପାଇଁ ଦିନଟିଏ ବନ୍ଦ ରହିବ ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲ। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାରଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ। ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ ସ୍ଥାନୀୟ ପ୍ରଶାସନ । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ । ତାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ବନ୍ୟା କ୍ଷୟକ୍ଷତି ପାଇଁ ୨୨ଟି ଜିଲ୍ଲାକୁ ୧୧୦ କୋଟିର ସହାୟତା ଘୋଷଣା: ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ମିଳିବ ଅଧିକ ଅନୁଦାନ

ଗୁଜରାଟରେ ଝୁଲାପୋଲ ଭୁଶୁଡି ଶତାଧିକ ପ୍ରାଣ ଯିବା ପରେ ହଠାତ୍ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । କଟକ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ କରିଦେଇଛି । ତେବେ ପୋଲର ସ୍ଥିତି ଦୁର୍ବଳ ଥିବା ନେଇ ଖବର ପ୍ରସାରଣ ପରେ ପୋଲର ଯାଞ୍ଚ ହେଉଥିବା କଥା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅତି ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD

ଗତକାଲି ଠାରୁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ। ଟେକ୍ନିକାଲ ଟିମ୍‌‌ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପାଖରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ବାହିନୀ ଉପସ୍ଥିତ ରହିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପୋଲ ବନ୍ଦ ରହିବା ସମୟରେ ଶ୍ରଦ୍ଧାଳୁମାନେ ବୋଟ୍ କିମ୍ବା ଡଙ୍ଗାରେ ଯାଇ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ । ବର୍ତ୍ତମାନ କାର୍ତ୍ତିକ ମାସ ସହ କିଛି ଦିନରେ ବଡଓଷା ଓ ପଞ୍ଚୁକକୁ ଦୃଷ୍ଟିରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଟେକ୍ନିକାଲ ଟିମର ପୋଲର ସ୍ଥିତି ଯାଞ୍ଚ କରିବା ପରେ ଯାଇ ପୋଲକୁ ଗମନାଗମନ ପାଇଁ ବ୍ୟବହାର କରାଯିବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମହିଳା ଥାନାରୁ ଫେରାର୍ ହୋଇଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

31 Oct 2022 By The Sakala

ପୋଲର ନିରାପତ୍ତା ଯାଞ୍ଚ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ

ଆଠଗଡ: ମରାମତି କାର୍ଯ୍ୟ ପାଇଁ ଦିନଟିଏ ବନ୍ଦ ରହିବ ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲ। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାରଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ। ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ ସ୍ଥାନୀୟ ପ୍ରଶାସନ । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ । ତାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ଗୁଜରାଟରେ ଝୁଲାପୋଲ ଭୁଶୁଡି ଶତାଧିକ ପ୍ରାଣ ଯିବା ପରେ ହଠାତ୍ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । କଟକ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ କରିଦେଇଛି । ତେବେ ପୋଲର ସ୍ଥିତି ଦୁର୍ବଳ ଥିବା ନେଇ ଖବର ପ୍ରସାରଣ ପରେ ପୋଲର ଯାଞ୍ଚ ହେଉଥିବା କଥା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗତକାଲି ଠାରୁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ। ଟେକ୍ନିକାଲ ଟିମ୍‌‌ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପାଖରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ବାହିନୀ ଉପସ୍ଥିତ ରହିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପୋଲ ବନ୍ଦ ରହିବା ସମୟରେ ଶ୍ରଦ୍ଧାଳୁମାନେ ବୋଟ୍ କିମ୍ବା ଡଙ୍ଗାରେ ଯାଇ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ । ବର୍ତ୍ତମାନ କାର୍ତ୍ତିକ ମାସ ସହ କିଛି ଦିନରେ ବଡଓଷା ଓ ପଞ୍ଚୁକକୁ ଦୃଷ୍ଟିରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଟେକ୍ନିକାଲ ଟିମର ପୋଲର ସ୍ଥିତି ଯାଞ୍ଚ କରିବା ପରେ ଯାଇ ପୋଲକୁ ଗମନାଗମନ ପାଇଁ ବ୍ୟବହାର କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର