ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଦମନ : ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଆହତ ଯବାନଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଆଣିଲେ ଡିଜିପି ଅଭୟ

The Sakala Picture
Published On

ଆଜି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଦୀର୍ଘ ୮ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଏସ୍ଓଜି କମାଣ୍ଡୋ ଆହତ ହୋଇଥିଲେ । ଏହି ଖବର ଶୁଣି ଯଥାଶୀଘ୍ର ନିଜ ସିପାହୀଙ୍କ ଚିକିତ୍ସା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ତୁରନ୍ତ ଘଟଣାସ୍ଥଳରେ ପହଁଚିଯାଇଥିଲେ ଡିଜିପି ଅଭୟ ଓ ଦୁଇ ଆହତ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ । ସୂଚନା ଅନୁସାରେ, […]

ଆଜି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଦୀର୍ଘ ୮ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଏସ୍ଓଜି କମାଣ୍ଡୋ ଆହତ ହୋଇଥିଲେ । ଏହି ଖବର ଶୁଣି ଯଥାଶୀଘ୍ର ନିଜ ସିପାହୀଙ୍କ ଚିକିତ୍ସା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ତୁରନ୍ତ ଘଟଣାସ୍ଥଳରେ ପହଁଚିଯାଇଥିଲେ ଡିଜିପି ଅଭୟ ଓ ଦୁଇ ଆହତ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ସୂଚନା ଅନୁସାରେ, ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବାଜି ସମୟରେ ଗୁରୁତର ଆହତ ହୋଇଥିଲେ ଏସ୍ଓଜିର ଦୁଇ କମାଣ୍ଡୋ । ଯଥାଶୀଘ୍ର ଉଭୟଙ୍କ ମେଡିକାଲ ଚିକିତ୍ସା ଆବଶ୍ୟକ ପଡିଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକପ୍ଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଦୁଇ ଆହତ ଯବାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯିବା ପରେ ଏକ ସ୍ୱତନ୍ତ୍ର ଟିମ୍ ସହାୟତାରେ ଉଭୟଙ୍କ ଚିକିତ୍ସା ଚାଲିଛି। ସବୁଠୁ ବଡ଼ କଥା ହେଉଛି ଏହି ଆହତ ଯବାନଙ୍କ ସାଥିରେ ନିଜେ ଡିଜିପି ଅଭୟ ରହିଥିଲେ । ତାଙ୍କୁ ଭୁବନେଶ୍ୱର ଏମସରେ ଚିକିତ୍ସା କରାଇବା ପର୍ଯ୍ୟନ୍ତ ମଧ୍ୟ ସେ ପ୍ରୟାସରତ ରହିଥିଲେ । ଯେଉଁଥିପାଇଁ ଏବେ ଶୁଣିବାକୁ ମିଳୁଛି, ମୁଖିଆ ହେବ ତ ଏମିତି…

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର