ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପୋଲିସ ଡିଜି ଅଭୟଙ୍କ ସମୀକ୍ଷା ବୈଠକ

The Sakala Picture
Published On

ପୁରୀ: ଆଉ ମାତ୍ର ଦିନକ ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ମହାମାରୀ କରୋନା କଟକଣା ମଧ୍ୟରେ ମାଉସୀ ମା ଘରକୁ ବୁଲିଯିବେ ଚତୁର୍ଦ୍ଧାମୂର୍ତ୍ତି । ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୋଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପ୍ରସ୍ତୁତି । ସେପଟେ ପୁରୀରେ ପହଁଚି ପୁରୀ ଏସପି ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରିଛନ୍ତି […]

ପୁରୀ: ଆଉ ମାତ୍ର ଦିନକ ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ମହାମାରୀ କରୋନା କଟକଣା ମଧ୍ୟରେ ମାଉସୀ ମା ଘରକୁ ବୁଲିଯିବେ ଚତୁର୍ଦ୍ଧାମୂର୍ତ୍ତି । ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୋଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପ୍ରସ୍ତୁତି । ସେପଟେ ପୁରୀରେ ପହଁଚି ପୁରୀ ଏସପି ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରିଛନ୍ତି ଦଇତା ଓ ସେବାୟତ । ରଥଯାତ୍ରା ସମୟରେ ତିନିରଥକୁ କେବଳ ମହାପ୍ରଭୁଙ୍କ ସେବାୟତ ମାନେ ହିଁ ଟାଣିବା ପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ସେହିପରି ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସପି, ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ଅନ୍ୟପଟେ ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିଜିପି । ପୁରୀରେ ରଥଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଅଭୟ ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

11 Jul 2021 By The Sakala

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପୋଲିସ ଡିଜି ଅଭୟଙ୍କ ସମୀକ୍ଷା ବୈଠକ

ପୁରୀ: ଆଉ ମାତ୍ର ଦିନକ ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ମହାମାରୀ କରୋନା କଟକଣା ମଧ୍ୟରେ ମାଉସୀ ମା ଘରକୁ ବୁଲିଯିବେ ଚତୁର୍ଦ୍ଧାମୂର୍ତ୍ତି । ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୋଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପ୍ରସ୍ତୁତି । ସେପଟେ ପୁରୀରେ ପହଁଚି ପୁରୀ ଏସପି ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରିଛନ୍ତି ଦଇତା ଓ ସେବାୟତ । ରଥଯାତ୍ରା ସମୟରେ ତିନିରଥକୁ କେବଳ ମହାପ୍ରଭୁଙ୍କ ସେବାୟତ ମାନେ ହିଁ ଟାଣିବା ପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ ।

ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ସେହିପରି ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସପି, ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ଅନ୍ୟପଟେ ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିଜିପି । ପୁରୀରେ ରଥଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଅଭୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର