ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ

The Sakala Picture
Published On

ପୁରୀ: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେବା ସହ ରଥଯାତ୍ରା ସମୟରେ ଅନୁସଙ୍ଗିକ ସୁବିଧା ସୁଯୋଗ କିଭଳି ଭକ୍ତ ପାଇବେ ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ୨ ବର୍ଷ ପରେ ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ । କୋଭିଡର ଭୟାବହତା ନ ଥିଲେ […]

ପୁରୀ: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେବା ସହ ରଥଯାତ୍ରା ସମୟରେ ଅନୁସଙ୍ଗିକ ସୁବିଧା ସୁଯୋଗ କିଭଳି ଭକ୍ତ ପାଇବେ ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

୨ ବର୍ଷ ପରେ ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ । କୋଭିଡର ଭୟାବହତା ନ ଥିଲେ ଘୋଷଯାତ୍ରାରେ ଭକ୍ତ ସାମିଲ ହେବେ। ଚଳିତ ବର୍ଷ ଅଧିକ ଭକ୍ତ ଆସିବାର ସମ୍ଭାବନା ରହିଛି। ପୂର୍ବ ଅପକ୍ଷା ୨ଗୁଣ ଅଧିକ ଭକ୍ତ ସାମିଲ ହୋଇପାରନ୍ତି। ୧୦ ଲକ୍ଷରୁ ଅଧିକ ଭକ୍ତ ରଥଯାତ୍ରାରେ ସାମାଲ ହେବା ସମ୍ଭାବନା ରହିଛି। ଅଧିକ ଭକ୍ତଙ୍କୁ ନଜରରେ ରଖି ସମସ୍ତ ପ୍ରକାର ବ୍ଯବସ୍ଥା କରାଯିବ। ପୁଣି ୪ରୁ ୫ଦିନ ମଧ୍ଯରେ ଏକ ବୈଠକ ବସିପାରେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

 

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର