ଘରେ ଘରେ ଶଙ୍ଖ ବାଜିବ: ବିକାଶର ବିଜୟ ହେବ, ଆମେ ଗଢିବା ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ସେ ସମ୍ବୋଧିତ କରି କହିଥିଲେ ଯେ, ଜୟ ଜଗନ୍ନାଥ । ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ […]

ଭୁବନେଶ୍ବର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ସେ ସମ୍ବୋଧିତ କରି କହିଥିଲେ ଯେ, ଜୟ ଜଗନ୍ନାଥ । ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ । ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଆମ ଦଳ ମହିଳା ଶସକ୍ତିକରଣରେ ବିଶ୍ବାସ କରେ । ସବୁବେଳେ ଆମେ ମାଆ ମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମାଆ ମାନଙ୍କ ନେତୃତ୍ବ ନେଉଥିବା ଆମର ମହିଳା ଲିଡରସିପକୁ ମୋର ପ୍ରଣାମ । ମାଆ ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସମସ୍ତେ କହୁଛନ୍ତି ବିଜେଡି ହେଉଛି ସବୁଠାରୁ ସଫଳ ଆଞ୍ଚଳିକ ଦଳ ।  କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ଦେଶର ସବୁଠାରୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ ହେଉଛି ବିଜେଡି।

ଆମ ଦଳର ମୂଳ ମନ୍ତ୍ର ସେବା। ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ  ତୃଣମୂଳ ସ୍ତରରରୁ ଆମର କର୍ମୀ ଓ ଆମର ବିଭିନ୍ନ ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।

କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନୀ ପ୍ରସ୍ତୁତି କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ ନିର୍ବାଚନୀ ପ୍ରସ୍ତୁତି ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ ।

ଇତିହାସ କେବେ ଏତେ ବଡ ରୂପାନ୍ତରଣ ଦେଖି ନ ଥିଲା।  ତୁମେମାନେ ଏହି ରୂପାନ୍ତରଣ ଗୋଟିଏ ପାର୍ଟ ଓ ଶାକ୍ଷୀ ହେଇ ରହିବ । ମଠ, ମନ୍ଦିର, ସ୍କୁଲ, କଲେଜ, ହସ୍ପିଟାଲ ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର କ୍ରୀଡା କ୍ୟାପିଟାଲ ହୋଇ ପାରିଛି।

ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆନୂଆ ଆଇଟି କମ୍ପାନୀ ଖୋଲିବା, ଦକ୍ଷତା ବିକାଶ, ମାଆ ମାନଙ୍କୁ ଶସକ୍ତୀ କରଣ, ଚାଷୀ ଓ ସବୁ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ। ବିରୋଧୀଙ୍କ ପାଖରେ କିଛି ଇସୁ ନାହିଁ।  ଓଡ଼ିଶାର ରୂପାନ୍ତର ସେମାନଙ୍କ  ପାଇଁ ବଡ଼  shock  ହୋଇଛି ।

ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ। ମିଛ କହିବେ। ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । ସୋସିଆଲ ମିଡିଆରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ । ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡ଼ିଶା। ସଶକ୍ତ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

15 Dec 2023 By The Sakala

ଘରେ ଘରେ ଶଙ୍ଖ ବାଜିବ: ବିକାଶର ବିଜୟ ହେବ, ଆମେ ଗଢିବା ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା

ଭୁବନେଶ୍ବର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ସେ ସମ୍ବୋଧିତ କରି କହିଥିଲେ ଯେ, ଜୟ ଜଗନ୍ନାଥ । ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ ।

ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ । ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।

ଆମ ଦଳ ମହିଳା ଶସକ୍ତିକରଣରେ ବିଶ୍ବାସ କରେ । ସବୁବେଳେ ଆମେ ମାଆ ମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମାଆ ମାନଙ୍କ ନେତୃତ୍ବ ନେଉଥିବା ଆମର ମହିଳା ଲିଡରସିପକୁ ମୋର ପ୍ରଣାମ । ମାଆ ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।

ସମସ୍ତେ କହୁଛନ୍ତି ବିଜେଡି ହେଉଛି ସବୁଠାରୁ ସଫଳ ଆଞ୍ଚଳିକ ଦଳ ।  କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ଦେଶର ସବୁଠାରୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ ହେଉଛି ବିଜେଡି।

ଆମ ଦଳର ମୂଳ ମନ୍ତ୍ର ସେବା। ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ  ତୃଣମୂଳ ସ୍ତରରରୁ ଆମର କର୍ମୀ ଓ ଆମର ବିଭିନ୍ନ ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।

କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନୀ ପ୍ରସ୍ତୁତି କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ ନିର୍ବାଚନୀ ପ୍ରସ୍ତୁତି ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ ।

ଇତିହାସ କେବେ ଏତେ ବଡ ରୂପାନ୍ତରଣ ଦେଖି ନ ଥିଲା।  ତୁମେମାନେ ଏହି ରୂପାନ୍ତରଣ ଗୋଟିଏ ପାର୍ଟ ଓ ଶାକ୍ଷୀ ହେଇ ରହିବ । ମଠ, ମନ୍ଦିର, ସ୍କୁଲ, କଲେଜ, ହସ୍ପିଟାଲ ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର କ୍ରୀଡା କ୍ୟାପିଟାଲ ହୋଇ ପାରିଛି।

ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆନୂଆ ଆଇଟି କମ୍ପାନୀ ଖୋଲିବା, ଦକ୍ଷତା ବିକାଶ, ମାଆ ମାନଙ୍କୁ ଶସକ୍ତୀ କରଣ, ଚାଷୀ ଓ ସବୁ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ। ବିରୋଧୀଙ୍କ ପାଖରେ କିଛି ଇସୁ ନାହିଁ।  ଓଡ଼ିଶାର ରୂପାନ୍ତର ସେମାନଙ୍କ  ପାଇଁ ବଡ଼  shock  ହୋଇଛି ।

ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ। ମିଛ କହିବେ। ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । ସୋସିଆଲ ମିଡିଆରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ । ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡ଼ିଶା। ସଶକ୍ତ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର