ଶୋଇଥିବାବେଳେ ସାପ କାମୁଡ଼ାରେ ଦୁଇ ଭାଇ ମୃତ

The Sakala Picture
Published On

ଦେବଗଡ଼: ସାପ କାମୁଡ଼ାରେ ଦୁଇ ଭାଇ ମୃତ। ମୃତ ଦୁଇ ଭାଇ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪)ଓ ସୌଭାଗ୍ୟ ଦେହୁରୀ (୮)। ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ଗତକାଲି ରାତି ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ବୟଙ୍କୁ କାମୁଡି ଥିଲା । ପରିବାର ଲୋକେ ସାପକୁ ପିଟି […]

ଦେବଗଡ଼: ସାପ କାମୁଡ଼ାରେ ଦୁଇ ଭାଇ ମୃତ। ମୃତ ଦୁଇ ଭାଇ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪)ଓ ସୌଭାଗ୍ୟ ଦେହୁରୀ (୮)।

ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ଗତକାଲି ରାତି ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ବୟଙ୍କୁ କାମୁଡି ଥିଲା । ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଶିଶୁ ଦ୍ବୟଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ କିଛି ସମୟ ପରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି।

25 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର