ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

The Sakala Picture
Published On

ଦେବଗଡ଼:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଛି । ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଚାଳକ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣଙ୍କ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା […]

ଦେବଗଡ଼:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଛି । ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଚାଳକ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣଙ୍କ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଲିଭିନଥିଲା। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ଏହା ସମ୍ପୂର୍ଣ୍ଣରୂପେ ଜଳି ସାରିଥିଲା । ପ୍ରବଳ ଖରା ଯୋଗୁଁ ଗରମ ହୋଇ କିମ୍ବା ସର୍ଟ ସର୍କିଟ ଯୋଗୁଁ ମଟରସାଇକଲରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଜାମଡିହି ଗ୍ରାମର ଗୋପବନ୍ଧୁ ଓରାମ ନାମକ ଜଣେ ବ୍ୟକ୍ତି ଏକ ହୋଣ୍ଡା ୟୁନିକର୍ଣ୍ଣ ମଟର ସାଇକେଲ ଯୋଗେ ଲହୁଣୀପଡା ପଟୁ ବାହାଡାପୋଷି ଅଭିମୁଖେ ଆସୁଥିଲେ ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

26 Apr 2022 By The Sakala

ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଦେବଗଡ଼:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଛି । ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଚାଳକ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣଙ୍କ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଲିଭିନଥିଲା। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ଏହା ସମ୍ପୂର୍ଣ୍ଣରୂପେ ଜଳି ସାରିଥିଲା । ପ୍ରବଳ ଖରା ଯୋଗୁଁ ଗରମ ହୋଇ କିମ୍ବା ସର୍ଟ ସର୍କିଟ ଯୋଗୁଁ ମଟରସାଇକଲରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଜାମଡିହି ଗ୍ରାମର ଗୋପବନ୍ଧୁ ଓରାମ ନାମକ ଜଣେ ବ୍ୟକ୍ତି ଏକ ହୋଣ୍ଡା ୟୁନିକର୍ଣ୍ଣ ମଟର ସାଇକେଲ ଯୋଗେ ଲହୁଣୀପଡା ପଟୁ ବାହାଡାପୋଷି ଅଭିମୁଖେ ଆସୁଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର