ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

The Sakala Picture
Published On

ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢାଗ୍ରାମରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। ମୃତ ନବବଧୂ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗ୍ରାମର ରୋଜାଲିନ ସାହୁ। ଗତ ମଇ ମାସରେ ଜରଡ଼ା ଗ୍ରାମର କ୍ଷୀରୋଦ ସାହୁଙ୍କ ୧୯ ବର୍ଷୀୟା କନ୍ୟା ରୋଜାଲିନ ସହ ସେଣ୍ଢା ଗ୍ରାମର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରଠାରୁ ସ୍ଵାମୀ ଘରଲୋକେ ଯୌତୁକ ଦାବିରେ ଶାରୀରିକ ନିର୍ଯାତନା ଦେବାରୁ କିଛି ଦିନପାଇଁ ବାପ ଘରକୁ […]

ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢାଗ୍ରାମରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। ମୃତ ନବବଧୂ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗ୍ରାମର ରୋଜାଲିନ ସାହୁ। ଗତ ମଇ ମାସରେ ଜରଡ଼ା ଗ୍ରାମର କ୍ଷୀରୋଦ ସାହୁଙ୍କ ୧୯ ବର୍ଷୀୟା କନ୍ୟା ରୋଜାଲିନ ସହ ସେଣ୍ଢା ଗ୍ରାମର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ବିବାହ ପରଠାରୁ ସ୍ଵାମୀ ଘରଲୋକେ ଯୌତୁକ ଦାବିରେ ଶାରୀରିକ ନିର୍ଯାତନା ଦେବାରୁ କିଛି ଦିନପାଇଁ ବାପ ଘରକୁ ଚାଲିଯାଇଥିଲା ମୃତ ରୋଜାଲିନ। ପରେ ବାପ ଘରଲୋକେ ବୂଝାସୁଝା କରି ସ୍ଵାମୀ ପାଖରେ ଛାଡି ଚାଲିଯାଇଥିବାବେଳେ ଆଜି ରୋଜାଲିନଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ମୃତ ରୋଜାଲିନଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇ ଗୋଳା ଥାନା ପୁଲିସ ଯୌତୁକ ଓ ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର